Odia News Portal

ସ୍ମାର୍ଟ ହେଲା ବାଲେଶ୍ୱର : ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ

ଭୁବନେଶ୍ୱର : ବିଜୁ ସ୍ମାର୍ଟ କାର୍ଡ ତାଲିକାରେ ଯୋଡି ହେଲା ଆଉ ଗୋଟିଏ ଜିଲ୍ଲା । ବାଲେଶ୍ୱରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୫ଲକ୍ଷ ୧୩ ହଜାର ୩୫୨ ଜଣ ପରିବାର ଏହାଦ୍ୱାରା ଉପକୃତ ହେବେ । ଏହାସହ ବାଲେଶ୍ୱରବାସୀଙ୍କୁ ୧୪୭୬ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ୩୭୬ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ ୧୧ଶହ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୬ଶହ ମିଶନ ଶକ୍ତିର ମା ମାନେ ମାଛ ଚାଷରେ ସାମିଲ ହୋଇଛନ୍ତି । ମିଶନ ଶକ୍ତିର ମା ମାନଙ୍କୁ ଅଧିକ କାମ ଦେବାକୁ ନିଷ୍ପତି ନିଆଯାଇଛି । ଦେଶରେ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଓଡିଶା ପ୍ରଥମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।