Odia News Portal

ଆଉ ୬ ଦୁର୍ନୀତିଖୋର ଚାକିରୀରୁ ହେଲେ ବିଦା

ଭୁବନେଶ୍ୱର() ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ୬ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ୫ ଜଣଙ୍କ ପେନସନ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇ ମାସ ମଧ୍ୟରେ ୪୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । ସେହିପରି ୧୧ ଜଣଙ୍କ ପେନସନ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ଓ ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

ଆଜି ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ (୧) ଶ୍ରୀ ରବୀନ୍ଦ୍ର କୁମାର ଦାସ,ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ,କୁଡୁମୁଲା ବ୍ଲକ୍,ମାଲକାନଗିରି, (୨) ଶ୍ରୀ ବୁଦ୍ଧିରାମ ଶୁନିଆନି,ଜୁନିୟର ଇଞ୍ଜିନିୟର,ପଞ୍ଚାୟତି ରାଜ ବିଭାଗ ଧାନକୁଡ଼ା ବ୍ଲକ୍,ସମ୍ବଲପୁର,(୩) ଶ୍ରୀ ସୁରେଶ ଚନ୍ଦ୍ର ମିଶ୍ର ପ୍ରୋଗ୍ରେସ ଆସିଷ୍ଟାଣ୍ଟ ,ପାପଡ଼ାହାଣ୍ଡି ବ୍ଳକ୍,ନବରଙ୍ଗପୁର,(୪) ଶ୍ରୀ ହେମନ୍ତ କୁମାର ପଣ୍ଡା ଫରେଷ୍ଟ ରେଞ୍ଜ ଅଫିସର,ଜଙ୍ଗଲ ବିଭାଗ ଓ୍ବାର୍କିଙ୍ଗ ପ୍ଲାନ୍ ଅଫିସ ଅନୁଗୁଳ,(୫) ଶ୍ରୀ ପୃଥ୍ବୀରାଜ ଲେଙ୍କା ସହକାରୀ ନିର୍ବାହୀ ଯନ୍ତ୍ରୀ ,ପୂର୍ତ୍ତ ବିଭାଗ ଏନଏଚ ଡିଭିଜନ ବ୍ରହ୍ମପୁର ଓ (୬) ଶ୍ରୀ ସୁଶୀଲ କୁମାର ସେଠ ଆସିଷ୍ଟାଣ୍ଡ ଇଞ୍ଜିନିୟର,ଜଳସମ୍ପଦ ବିଭାଗ,ହାଟଡିହି ବ୍ଲକ୍ କେନ୍ଦୁଝର।