Odia News Portal

ଆଜି ଆଉ ୨୬୦୪ ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର()  ରାଜ୍ୟରେ ଆଜି ୨୬୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୫୧୧ ଜଣ ଚିହ୍ନଟ ହୋଇଥିବାବେଳେ ୧୦୯୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୯ ହଜାର ୫୪୧ କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୩୮୫ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୨୧୬, ବାଲେଶ୍ବରରୁ ୧୬୪୧, ବରଗଡରୁ ୯୦, ଭଦ୍ରକରୁ ୫୦, ବଲାଙ୍ଗିରରୁ ୬୪, ବୌଦ୍ଧରୁ ୩୧, କଟକରୁ ୨୦୯, ଦେବଗଡରୁ ୧୩, ଢେଙ୍କାନାଳରୁ ୩୩, ଗଜପତିରୁ ୮, ଗଞ୍ଜାମରୁ ୨୯, ଜଗତସିଂହପୁରରୁ ୮୪, ଯାଜପୁରରୁ ୧୩, ଝାରସୁଗୁଡାରୁ ୫୭, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୩୮, କେନ୍ଦ୍ରାପଡାରୁ ୭୦, କେଉଁଝରରୁ ୫୧, କୋରାପୁଟରୁ ୩୧, ମାଲକାନଗିରିରୁ ୫୭, ମୟୂରଭଞ୍ଜରୁ ୧୨୨, ନବରଙ୍ଗପୁରରୁ ୬୦, ନୟାଗଡରୁ ୩୫, ନୂଆପଡାରୁ ୯୫, ପୁରୀରୁ ୪୯, ରାୟଗଡାରୁ ୨୧, ସମ୍ବଲପୁରରୁ ୪୯, ସୋନପୁରରୁ ୫୦, ସୁନ୍ଦରଗଡରୁ ୧୫୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୭୪ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।