Odia News Portal

ପୂର୍ବ ଲକଡାଉନ ଅପେକ୍ଷା ଏଥରର ଲକଡାଉନ କଡ଼ାକଡ଼ି ହେବ

ଭୁବନେଶ୍ୱର() ପୋଲିସ ସେବା ଭବନରେ ପୋଲିସ କମିସନର ସୁଧାଂଣୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଲକଡାଉନ ସମ୍ପର୍କରେ ବୁଝାଇ କହିଛନ୍ତି । ରାଜ୍ୟରେ ସ୍ୱାଭାବିକ ସ୍ଥିତି ଫେରିନାହିଁ । ତେଣୁ ପୂର୍ବ ଲକଡାଉନ ଅପେକ୍ଷା ଏଥରର ଲକଡାଉନ କଡ଼ାକଡ଼ି ହେବ । କେବଳ ପରିବା ଓ ତେଜରାତି ଦୋକାନ ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲିପାରିବ । ପାଖ ଦୋକାନରୁ କିଣାକିଣି କରନ୍ତୁ ଓ ଚାଲି ଚାଲି ଯାଆନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଳକଡାଉନ ସମୟରେ ଗାଡ଼ି ବ୍ୟବହାର କରନ୍ତୁ ନାହିଁ । ବରିଷ୍ଠ ନାଗରିକମାନେ ଏହି ସମୟରେ ସତର୍କ ରୁହନ୍ତୁ । ଜରୁରୀ ସେବାରେ ଥିବା କର୍ମଚାରୀଙ୍କ ପାଇଁ ଆଇକାର୍ଡ଼ ଆବଶ୍ୟକ । ଗ୍ୟାସ ବିତରକ କମ୍ପାନୀ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।

ସେହିପରି ଗଣମାଧ୍ୟମଗୁଡ଼ିକ ନିଜେ ନିଜ ନିୟନ୍ତ୍ରଣ କରନ୍ତୁ । ଗଣମାଧ୍ୟମ ପାଇଁ କୌଣସି ପାସ୍ ବ୍ୟବସ୍ଥା କରାଯାଇନାହିଁ । ଜାତୀୟ ରାଜପଥରେ ଗମନାଗମନ ଉପରେ କଟକଣା ନାହିଁ । କିନ୍ତୁ ସହର ଭିତରକୁ ଯିବା ଆସିବା ଉପରେ କଟକଣା ଲାଗୁ ହୋଇଛି । ହୋଟେଲ,ଢ଼ାବା ଆଦି ଖୋଲି ପାରିବ କିନ୍ତୁ କେବଳ ପାର୍ସଲ ସେମାନେ ଦେଇପାରିବେ । ହୋମ ଡେଲିଭରି ଉପରେ କୌଣସି କଟକଣା ନାହିଁ । ଜରୁରୀ କାର୍ଯ୍ୟ ପଡ଼ିଲେ ୧୦୦ ନମ୍ବରକୁ ଫୋନ କରି ପାସ ପାଇପାରିବେ ।୨୫ପ୍ରତିଶତ ବ୍ୟାଙ୍କ କର୍ମଚାର ଓ ଆଇଟିରେ ୧୦% କର୍ମଚାରୀ କାମ କରିପାରିବେ । ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, କଟକ ଓ ରାଉରକେଲାରୁ ହଟିଲା ସାପ୍ତାହିକ ସଟଡ଼ାଉନ କିନ୍ତୁ ଏଠାରେ କଡ଼ାକଡ଼ି ଭାବେ ଲକଡାଉନ ପାଳନ କରାଯିବ ।

ସୂଚନା ଅନୁସାରେ ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଗତକାଲି ୪ ଜିଲ୍ଳା ଓ ରାଉରକେଲା ଲକଡାଉନ ରହିବ ବୋଲି ଘୋଷଣା କରିଥିଲେ । ୪ଜିଲ୍ଲା ହେଉଛି ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର , କଟକ ।