Odia News Portal

ସଂକ୍ରମଣ ରୋକିବା ପାଇଁ ବ୍ୟବସାୟୀ ସଂଘ ସହ ଆଲୋଚନା

ଭୁବନେଶ୍ୱର() କରୋନା ସଂକ୍ରମଣ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ସମସ୍ତ ବ୍ୟବସାୟୀ ସଂଘ ସହ ଆଜି କମିଶନରେଟ ପୋଲିସର ଆଲୋଚନା ହୋଇଛି । ଆଲୋଚନା ପରେ ବଜାରରେ କମିଟି ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ନିୟୋଜିତ ରହିବେ ବୋଲି କୁହାଯାଇଛି । ଏହା ସହ କମିଟିର ସ୍ୱେଚ୍ଛାସେବୀମାନେ ସଚେତନତା ଓ ସରକ୍ଷାର ଦାୟିତ୍ୱ ନେଇ ପାରିବେ । କମିଟିମାନେ ମାଇକ୍ ଲଗାଇ ଲୋକଙ୍କୁ ସଚେତନ କରିପାରିବେ । ବଜାରରେ ଗ୍ରାହକ ଭିଡ ଜମେଇଲେ ମହଙ୍ଗା ପଡିପାରେ । ଭିଡ ନ କମାଇଲେ ଦୋକାନୀଙ୍କୁ ୧୦୦ ନମ୍ବରକୁ ଫୋନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟବସାୟୀଙ୍କ ସହ ଆଲୋଚନା ପରେ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ଏନେଇ ସୂଚନା ଦେଇଛନ୍ତି ।