Odia News Portal

ପୁଣି ଆସୁଛି ଆଉ ଏକ ବାତ୍ୟା

ଭୁବନେଶ୍ୱର() କରୋନା ସଙ୍କଟ ବେଳେ ଲୋକଙ୍କ ଉପରେ ଦାଉ ସାଜୁଛି ବାତ୍ୟା । ଅମ୍ଫାନ ଯିବା ପରେ ଆରବସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଛି ଏହି ଲଘୁଚାପ । ଆସନ୍ତାକାଲି ଏହି ଲଘୁଚାପ ଅବପାତରେ ପରିଣତ ହେବ ବୋଲି ଆଇଏମଡି ସୂଚନା ଦେଇଛନ୍ତି ।

ତେବେ ଏହି ଅବପାତ ଧିରେ ଧିରେ ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି । ମଙ୍ଗଳବାର ସାମୁଦ୍ରିକ ଝଡର ରୂପ ନେବ ବୋଲି ଆଇଏମଡି ଆକଳନ କରିଛନ୍ତି । ଏହି ସାମୁଦ୍ରିକ ଝଡ ଗୁଜରାଟ ଓ ଉତ୍ତର ମହାରାଷ୍ଟ୍ରରେ ମାଡ ହେବାର ଆଶଙ୍କା ରହିଛି । ଅନ୍ୟପଟେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।