Odia News Portal

ଚାଷୀଙ୍କ ପାଇଁ କାଳିଆ ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ନବୀନ

ଭୁବନେଶ୍ବର () ‘କାଳିଆ’ ଟଙ୍କା ଅଟକାଯାଇଥିବା ଅଭିଯୋଗରେ ସିଇଓଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାଳିଆ ଟଙ୍କା ଅଟକାଯାଇଥିବା ଅଭିଯୋଗ କରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମୁଖ୍ୟମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ଯୋଜନା ଚାଲୁଛି, କାଳିଆ ଟଙ୍କାକୁ ଅଟକା ଯାଉଛି ବୋଲି ସିଇଓଙ୍କ ଅବଗତ କରାଇଛି । ଚାଷୀଙ୍କ ପାଇଁ କାଳିଆ ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ । ବିଜେପିକୁ ଚାଷୀମାନେ ସଠିକ୍ ସମୟରେ ଉପଯୁକ୍ତ ଜବାବ ଦେବେ ବୋଲି କହିଛନ୍ତି ନବୀନ ।