Odia News Portal

ଆସନ୍ତାକାଲି ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ

ପ୍ରଥମ ପର୍ୟ୍ୟାୟରେ ଆସନ୍ତାକାଲି ଓଡ଼ିଶାରେ ହେବାକୁ ଥିବା ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ସମସ୍ତ ରାଜନୈତିକ ଦଳର ନେତା ନିଜ ନିଜ ପ୍ରଚାର ଶେଷ କରିଛନ୍ତି । ମାଓ ଇଲାକାରେ ଆସୁଥିବା କୋରାପୁଟ ଓ ମାଲକାନଗିରିରେ ସୀମା ସିଲ୍ ସହିତ ସମସ୍ତ ବୁଥରେ ପୁଲିସ ମୁତୟନ ବ୍ୟବସ୍ଥା ହୋଇଛି ।

ସେହିପରି ରାୟଗଡା ଓ କନ୍ଧମାଳ ଜିଲ୍ଲା ସୀମାବର୍ତି ନକ୍ସଲ ପ୍ରଭାବିତ ଅଂଚଳରେ ୨ ପ୍ଲାଟୁନ ଡିଭିଏଫ ଫୋର୍ସ ମୁତୟନ ସହ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିଜ ନିଜ ବୁଥ୍ରେ ପୁଲିଂ ଦଳ ପହଂଚି ସାରିଛନ୍ତି । ଆଜି ଇଭିଏମ ମେସିନ୍ ଗୁଡିକର ପରୀକ୍ଷାମୂଳକ ଭାବେ ଯାଂଚ କରାଯିବ । ପ୍ରଥମ ପର୍ୟ୍ୟାୟରେ ୬୦ଲକ୍ଷ ୩ହଜାର ୭୦୭ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

ଅନ୍ୟପଟେ, ବ୍ରହ୍ମପୁରରେ ନିର୍ବାଚନ ପାଇଁ କଡା ସୁରକ୍ଷା ବଳୟ ମଧ୍ୟରେ ଇଭିଏମ୍, ଭିଭିପାଟ୍ ମେସିନ୍ ସହିତ ପୁଲିଂ ପାର୍ଟି ପହଁଚିସାରିଲେଣି ।