Odia News Portal

ନବୀନଙ୍କ ସହ କଥା ହେଲେ ଏନ୍ସିପି ମୁଖ୍ୟ

ଭୁବନେଶ୍ବର()  ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ଏନସିପି ମୁଖ୍ୟ ଶରଦ ପାଓ୍ଵାର । ଟିଆରଏସ୍ ଚିଫ୍ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଗତ ତିନି ଦିନ ହେବ କଥା ହୋଇଥିବା ଜଣାପଡ଼ିଛି । ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ନେଇ ଏନସିପି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।
ସେହିପରି ଓ୍ଵାଇଆରଏସ୍ କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କ ସହ ଶରଦ ପାଓ୍ଵାର କଥା ହେବାକୁ ଚାହିଁଥିଲେ ମଧ୍ୟ, ସେ କଥା ହୋଇନଥିବା ଜଣାପଡ଼ିଛି । ଗତ ସପ୍ତାହରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସହ ମଧ୍ୟ ଦୁଇ ଥର ବୈଠକ କରିଥିଲେ ଶରଦ ପାଓ୍ଵାର । ବିରୋଧୀ ମେଣ୍ଟରେ ବିଜେଡି, ଟିଆରଏସ୍ ଓ ଟିଡିପି ପରି ନେତା ପ୍ରମୁଖ ଭୂମିକା ଗ୍ରହଣ କରିବେ ।