Odia News Portal

ସୁସ୍ଥହେଲେ ମହାପ୍ରଭୁ

ପୁରୀ: ସୁସ୍ଥ ହେଲେ ମହାପ୍ରଭୁ ଜଗନ୍ନାଥ। ଦ୍ୱାଦଶ ତିଥିରେ ରାଜ ପ୍ରାସାଦରେ ପହଞ୍ଚିଥିଲା ମହାପ୍ରଭୁଙ୍କ ସୁସ୍ଥତାର ଖବର। ମହା ପ୍ରଭୁଙ୍କ ସୁସ୍ଥତାର ଖବର ନେଇ ରାଜ ପ୍ରାସାଦରେ ପହଞ୍ଚିଲେ ଦଇତା ପତି ମହାପାତ୍ର ସେବାୟତ । ସାଥିରେ ମହାପ୍ରଭୁଙ୍କ କରାଳ ଚନ୍ଦନ , ପାଟବସ୍ତ୍ର ଧରି ରାଜପ୍ରାସାଦରେ ପହଞ୍ଚିଲେ ବିଦ୍ୟାପତି ବିଶ୍ୱାବସୁ।

ଗତକାଲି ଠାକୁରଙ୍କୁ ୪ଦିନିଆ ଓଷ ଲାଗି ଉପଚାର ଶେଷ ହୋଇଥିଲା । ପରେ ମହାପ୍ରଭୁଙ୍କ ଜ୍ୱର ରୋଗ ଉପଶମ ହୋଇଥିଲା । ଓଷ ଉପଚାର ଗତକାଲି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସୁସ୍ଥ ହୋଇ ଚକା ଉପରେ ବିଜେ ହୋଇଥିଲେ । ପରେ ସୋମବାର ବିଳମ୍ବିତ ରାତି ପର୍ଯ୍ୟାନ୍ତ ମହାପ୍ରଭୁଙ୍କ ଗୋପନ ସେବାର ଅନ୍ତିମ ପର୍ଯ୍ୟାୟରେ ଠାକୁରଙ୍କୁ ଆୟୁର୍ବେଦୀୟ ମୋଦକାଦି ଔଷଧି ଲାଗି ହୋଇଥିଲା ।