Odia News Portal

ଭୁବନେଶ୍ୱର ବାସୀଙ୍କ ପାଇଁ ୫ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପିତ

ଭୁବନେଶ୍ୱର: କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମାନ୍ୟବର ଉତ୍ତର ବିଧାୟକ ତଥା ବିଜେଡି ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ବାସୀଙ୍କ ପାଇଁ ୫ ଟି ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପିତ କରିଛନ୍ତି | ଏହି ଆମ୍ବୁଲାନ୍ସ ସେବା ଦ୍ୱାରା କୋଭିଡ ଆକ୍ରାନ୍ତ ଏବଂ ଅପାତକାଳୀନ ରୋଗୀ ମାନେ ଉପକୃତ ହୋଇପାରିବେ | ଏହି ଆମ୍ବୁଲାନ୍ସ ସେବା ପାଇବା ପାଇଁ ଟୋଲ ଫ୍ରି ନମ୍ବର ୧୮୦୦୮୯୧୩୮୪୦ ସର୍ବସାଧାରଣଙ୍କ ନିମନ୍ତେ ଜାରି କରାଯାଇଛି | ସମାଜସେବା କ୍ଷେତ୍ରରେ ବିଧାୟକଙ୍କ ଏହି ଜନହିତକାରୀ କାର୍ଯ୍ୟ ଏକ ନୂତନ ମାଇଲ୍ ଖୁଣ୍ଟ ସ୍ଥାପନ କରିବ |