Odia News Portal

ଗଞ୍ଜାମ ପାଇଁ ୨ ସ୍ପେଶାଲ ଏଡିଏମ

ଭୁବନେଶ୍ୱର()  ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟ ସରକାର ୨ ସ୍ପେଶାଲ ଏଡିଏମଙ୍କୁ ନିଯୁକ୍ତ କରିଛନ୍ତି । ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ ସିଂହଙ୍କୁ ସ୍ୱତନ୍ତ୍ର ଏଡିଏମଭାବେ ନିଯୁକ୍ତ କରାଯାଇଛି । ପାରୁଲ ପଟାୱାରୀଙ୍କୁ ଉତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଥିବାବେଳେ ବିଶାଲ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡ କେରାନା ପରିଚାଳନା ଦାୟିତ୍ୱ ଦିଆଯାଇଛି ।

ସେହିପରି ଆଉ ୬ଜଣ OAS ଅଧିକାରୀଙ୍କୁ କୋଭିଡ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପାଇଁ ନିଯୁକ୍ତ ଦିଆଯାଇଛି । ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଂଜନ ମହାନ୍ତ ଓ ସୁରେନ୍ଦ୍ର କୁମାର ।

ସୂଚନା ଅନୁସାରେ ଆଜି ରାଜ୍ୟରେ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ କରୋନାରେ ମୁତ୍ୟୁ ହୋଇଛି । ତେବେ ୪୯୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛଥିବା ବେଳେ ୫ ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର । ତେବେ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି ।