Odia News Portal

ସ୍ୱାମୀଙ୍କ ଚିକିତ୍ସା ଲାଗି ସହଯୋଗ ମାଗିଲେ ସ୍ତ୍ରୀ

ଭୁବନେଶ୍ୱର: ମାସେ ହେବ ହୋଇଥିଲା ବାହାଘର । ଏବେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅଛନ୍ତି ସ୍ୱାମୀ । ଆର୍ଥିକ ସହାୟତା ଲେଢ଼ିଲେ ସ୍ତ୍ରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ୩୦ ବର୍ଷୀୟ ଯୁବକ ଅଭିଶେକ ମହାପାତ୍ର । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି । ତେବେ ତାଙ୍କର ଉତମମାନର ଚିକିତ୍ସା ଲାଗି କୋଲକାତା ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ନିମ୍ନ ମଧ୍ୟବିତ ପରିବାର ଅଭିଶେକଙ୍କ ଚିକତ୍ସାରେ ଅର୍ଥ ସାଜିଛି ବାଧକ । ତାଙ୍କ ଚିକତ୍ସା ଲାଗି ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ଡାକ୍ତର । ସେପଟେ ଏଭଳିସ୍ଥଳେ ସ୍ୱାମୀଙ୍କ ଚିକତ୍ସା ଲାଗି ସାଧାରଣ ଲୋକଙ୍କ ସହାୟତା ଲେଢ଼ିଛନ୍ତି ତାଙ୍କ ସ୍ତ୍ରୀ । ସହୃଦୟ ବ୍ୟକ୍ତି ତାଙ୍କୁ ସହଯୋଗ କରିବା ଲାଗି ସେ ନିବେଦନ କରିଛନ୍ତି । ଆପଣମାନେ ଯଦି କେହି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ୭୦୦୮୮୨୯୧୩୯ ଓ ୯୫୮୩୫୯୬୮୮୬ ନମ୍ବରକୁ ଯୋଗାଯୋଗ କରିପାରିବେ।