Odia News Portal

ଘରୋଇ ହସ୍ପଟାଲକୁ ରାଜ୍ୟ ସରକାରଙ୍କ ତାଗିଦ

ଭୁବନେଶ୍ବର() ଘରୋଇ ହସ୍ପଟାଲକୁ ରାଜ୍ୟ ସରକାରଙ୍କ ତାଗିଦ । କରୋନା ଲକ୍ଷଣ ନଥିଲେ ଟେଷ୍ଟିଂ ପାଇଁ ବାଧ୍ୟ କରିପାରିବେ ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ । ଡାଇଲେସିସ, କେମୋ ସମେତ ଗୁରୁତର ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ, କ୍ଲିନିକ୍‌ ଟେଷ୍ଟ ପାଇଁ ବାଧ୍ୟ କରୁଥିବାର ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ଏଭଳି ପଦକ୍ଷେପ ନେଇଛି । କରୋନା ସନ୍ଦିଗ୍ଧଙ୍କୁ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଓ୍ଵାର୍ଡ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ୱଷ୍ଟ କରିଛି । ଏପରିକି ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ଅବହେଳା କରିପାରିବେନି କି ଜରୁରୀ ସେବା ଯୋଗାଇବାକୁ ମନା କରିପାରିବେ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।