Odia News Portal

କ୍ରିଷନ କୁମାରଙ୍କୁ ୧୦୪ କଲ ସେଂଟର ଓ ପୋର୍ଟାଲ ମୁଖ୍ୟ ଦାୟିତ୍ୱ

ଭୁବନେଶ୍ୱର() କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ବରିଷ୍ଠ ପ୍ରଶାସକମାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଯୋଗାଣର ନୋଡ଼ାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ବିଶାଲ ଦେବଙ୍କୁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଅପରପକ୍ଷରେ କ୍ରିଷନ କୁମାରଙ୍କୁ ୧୦୪ କଲ ସେଂଟର ଓ ପୋର୍ଟାଲ ମୁଖ୍ୟ ଦାୟିତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟଯେ, ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୋଷ୍ଠୀ ସଂକ୍ରମଣ ହୋଇନଥିଲେ ମଧ୍ୟ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏଯାଏଁ ରାଜ୍ୟରେ ୨୬୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣ କରୋନାରେ ମୃତୁ୍ୟ ବରଣ କରିଛନ୍ତି । ଆଉ ୨ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତୁ୍ୟବରଣ କରିଛନ୍ତି । ତେବେ ଆଶ୍ୱାସନାର କଥା ହେଉଛି ରାଜ୍ୟରେ ୧୬୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।