Odia News Portal

୨୨ ଦିନ ସଟଡାଉନ ରହିବ ଆଇଓସିଏଲ

ଜଗତସିଂହପୁର() କରୋନା ମହାମାରୀ ଭିତରେ ଜଗତସିଂହପୁର ଜିଲ୍ଲା ପାରାଦୀପସ୍ଥିତ ଆଇଓସିଏଲ ତୈଳ ବିଶୋଧନାଗାର ୨୨ ଦିନ ଧରି ସଟଡାଉନ ରହିବ । ତେବେ କରୋନା ସଂକ୍ରମଣ ପାଇଁ ଏହା ସଟଡାଉନ ରହିବ ନାହିଁ । ମେଣ୍ଟେନାନ୍ସ କାର୍ୟ୍ୟ ପାଇଁ ଏହାକୁ ସଟଡାଉନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆସନ୍ତା ଜୁଲାଇ ୨୫ରୁ ଅଗଷ୍ଟ ୧୫ ତାରିଖ ପର୍ୟ୍ୟନ୍ତ ଆଇଓସିଏଲକୁ ସଟଡାଉନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ୨୦୧୮ ମସିହା ମାର୍ଚ୍ଚ ଠାରୁ ଏଯାବତ ଆଇଓସିଏଲ ତୈଳ ବିଶୋଧନାଗାରରେ ମେଣ୍ଟେନାନ୍ସ ହୋଇନାହିଁ । ଏବେ ମେଣ୍ଟେନାନ୍ସ କାର୍ୟ୍ୟ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ଆଇଓସିଏଲ ଆଖ ପାଖ ଗାଁର ୭୦୦ରୁ ୮୦୦ ଲୋକ ବି କାମ କରିବେ । ଅନ୍ୟପକ୍ଷରେ ସଟଡାଉନ ବେଳେ ଭିଡ଼ ଏଡ଼ାଇବାକୁ ଆଇଓସିଏଲ ତୈଳ ବିଶୋଧନାଗାର ପାଖରେ ୧୪୪ ଧାରା ଜାରି କରାଯିବ ବୋଲି ଜଗଜସିଂହପୁର ଜିଲ୍ଲାପାଳ କହିଛନ୍ତି ।