Odia News Portal

ଜେଏସପିଏଲର ଟି ଆର ବି ଖଣି କୁ ଫିମି ଉତ୍କୃଷ୍ଟତା ପୁରସ୍କାର

ଟେନସା()  ସୁନ୍ଦରଗଡ଼ ଜିଲ୍ଲା ଟେନସା ଠାରେ ଥିବା ଜିନ୍ଦଲ୍ ଷ୍ଟିଲ ଏଣ୍ଡ୍ ପାୱIର ଲିମିଟେଡ୍ (ଜେଏସପିଏଲ୍) ର ଟି ଆର ବି ଲୌହ ଖଣି ଫିମି ଉତ୍କୃଷ୍ଟତା ପୁରସ୍କାର ଲାଭ କରିଛି  । ଉତ୍ତମ ଖଣି ପରିଚାଳନା ସହ ପରିବେଶ ସନ୍ତୁଳନ ଏବଂ ସବୁ କ୍ଷେତ୍ର ରେ ପାରଦର୍ଶୀତା ପାଇଁ ଫେଡେରେସନ ଅଫ ଇଣ୍ଡିଆନ ମିନେରାଲ ଇଣ୍ଡଷ୍ଟ୍ରିଜ (ଫିମି) ଦ୍ୱାରା ବୁଧବାର ଦିଲ୍ଲୀ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ କୋଇଲା ଏବଂ ଖଣି ସଚିବ ଶ୍ରୀ ଅନିଲ କୁମାର ଜୈନ ଏହି ପୁରସ୍କାର ପ୍ରଦାନ କରିଥିଲେ ।

କମ୍ପାନୀ ର ଭାଇସ୍ ପ୍ରେସିଡେଣ୍ଟ ତଥା ଟେନସା ଇଉନିଟ୍ ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର ଏହି ପୁରସ୍କାର ପାଇଁ ଜୁରୀ ମଣ୍ଡଳୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବସରରେ ଶ୍ରୀ ପାତ୍ର କହିଲେ, “ଆମେ ଜେଏସ୍ ପିଏଲ୍ ରେ ଗୁଣବତ୍ତା, ସୁରକ୍ଷା ଏବଂ ସ୍ୱଚ୍ଛତା କୁ ସର୍ବଦା ପ୍ରାଥମିକତା ଦେଇ ଆସୁଛୁ । ପରିବେଶର ସ୍ଥାୟୀତ୍ୱ ଏବଂ ସ୍ଥିତାବସ୍ଥା କୁ ନଜର ରଖି ଆମେ ଖଣିରେ ନୂଆ ନୂଆ ଯାନ୍ତ୍ରିକ ଉଦ୍ଭାବନ କୁ ପ୍ରଚଳନ ମଧ୍ୟ କରୁଛୁ । ଖଣି ମଧ୍ୟରେ ଏକ ସୁରକ୍ଷା ର ବାତାବରଣ ସୃଷ୍ଟି କରି ଏହାକୁ ବଜାୟ ରଖିବା ପାଇଁ ବର୍ଷତମାମ ଆମର କର୍ମଚାରୀ ମାନେ ଏଥିପ୍ରତି ପ୍ରତିବଦ୍ଧତା ଥିବାରୁ ମୁଁ ସମସ୍ତଂକୁ କୃତଜ୍ଞତା ଜଣାଉଛି ।”

ଏହି ପୁରସ୍କାର ପାଇଁ କମ୍ପାନୀ ର ମ୍ୟାନେଜିଂ ଡିରେକ୍ଟର ଶ୍ରୀ ଭି ଆର ଶର୍ମା ଟେନସା ଟିମ କୁ ଅଭିନନ୍ଦନ ଜଣାଇ କହିଲେ, “ଆମର ସମସ୍ତ ୟୁନିଟରେ ସର୍ବୋତ୍କୃଷ୍ଟ କାର୍ଯ୍ୟ ପରିଚାଳନା ପାଇଁ ଆମେ ପ୍ରତିଶୃତିବଦ୍ଧ । ଏହିଭଳି ପ୍ରତ୍ୟେକ ପୁରସ୍କାର ଏବଂ ସମ୍ମାନ ଆମର ସାମାଜିକ ଦାୟିତ୍ୱ ବଢାଇବା ସହ ଆମକୁ ଯାନ୍ତ୍ରିକ ଉଦ୍ଭାବନ କରିବାକୁ ପ୍ରେରଣା ଯୋଗାଇବ ଯାହାଦ୍ୱାରା ଏକ ଆତ୍ମନିର୍ଭର ଭାରତ ପାଇଁ ଆମେ ନିଜକୁ ସୁଦୃଢ କରିପାରିବା ।”

ଚଳିତ ବର୍ଷ ଜାନୁଆରୀ ମାସରେ ଜାପାନ ର ଟୋକିୟୋ ସ୍ଥିତ ଜାପାନ୍ ଇନଷ୍ଟିଚ୍ୟୁଟ ଅଫ ପ୍ଲାଣ୍ଟ ମେନଟେନନ୍ସ୍ (ଜେଆଇପିଏମ୍), ଟି ଆର ବି ଲୌହ ଖଣି କୁ ଟୋଟାଲ୍ ପ୍ରୋଡକଟିଭ୍ ମେନଟେନନ୍ସ୍ (ଟି ପି ଏମ୍) ବଜାୟ ରଖିବା ପାଇଁ କନସିସଟେଣ୍ଟ ଟି ପି ଏମ କମିଟମେଣ୍ଟ ପୁରସ୍କାର ପ୍ରଦାନ କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଜେଆଇପିଏମ୍ ଏହି ଖଣି କୁ ଟି ପି ଏମ ଏକସିଲେନସ ପୁରସ୍କାର ପ୍ରଦାନ କରିଥିଲା । ଏହି ସମ୍ମାନ ହାସଲ କରିବାରେ ଟି ଆର ବି ଖଣି ଭାରତରେ ପ୍ରଥମ ।

ସେହିଭଳି ୨୦୧୮ ନଭେମ୍ବର ମସିହାରେ ଇନସ୍ଟି ଚ୍ୟୁଟ ଅଫ କ୍ୱାଲିଟି ଏଣ୍ଡ ମ୍ୟାନେଜମେଣ୍ଟ ସେର୍ଭିସେସ ତରଫରୁ ଏହି ଖଣି କୁ କ୍ରମାଗତ ଦ୍ଵିତୀୟ ବର୍ଷ ଲାଗି କଳିଙ୍ଗ ସେଫଟି ଆୱାର୍ଡ -୨୦୧୭ ରେ ସମ୍ମାନିତ କରାଯାଇଥିଲା