Odia News Portal

ଜେଏସପିଏଲକୁ ସମ୍ମାନଜନକ ଗ୍ରୀନ୍ ଟେକ୍ ସିଏସଆର ଇଣ୍ଡିଆ 2020 ପୁରସ୍କାର

ନୂଆଦିଲ୍ଲୀ / ଭୁବନେଶ୍ୱର() ସିଏସଆର କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)କୁ ଗ୍ରୀନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ 2020 ପୁରସ୍କାର ପ୍ରଦାନ କରାଯାଇଛି । ଗ୍ରୀନ୍ ଟେକ୍ ଫାଉଣ୍ଡେସନ୍ ଦ୍ୱାରା ଅନଲାଇନ ଆୟୋଜିତ 7ମ ସିଏସଆର ଇଣ୍ଡିଆ ସମ୍ମିଳନୀ ଏବଂ ଏକ୍ସପୋରେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଶ୍ରୀ ଦୀପକ ମିଶ୍ର, କନାରା ବ୍ୟାଙ୍କର ପୂର୍ବତନ ସିଏମଡି ଶ୍ରୀ ଆର. କେ. ଦୁବେ, ଓଏନଜିସିର ପୂର୍ବତନ ନିର୍ଦେଶକ ଡ଼ଃ ଏକେ ବାଲ୍ୟାନ, ଓଏନଜିସିର ପୂର୍ବତନ ନିର୍ଦେଶକ ଶ୍ରୀ ଭି ପି ମହାୱାର, ଏନ୍ ଟି ପି ସି ର ପୂର୍ବତନ ନିର୍ଦେଶକ ଶ୍ରୀ ପିକେ ମହାପାତ୍ର, ଗ୍ରୀନ୍ ଟେକ୍ ଫାଉଣ୍ଡେସନର ସିଇଓ ଶ୍ରୀ କେ ଶରଣ ଏବଂ ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ସିଏସ୍ଆର୍ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ଜେଏସପିଏଲ ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଶର ୭୦୦ ରୁ ଉର୍ଦ୍ଧ୍ୱ ଗ୍ରାମରେ କାର୍ଯ୍ୟକ୍ଷମ ବିଭିନ୍ନ କାର୍ଯ୍ୟକ୍ରମର ଅନେକ ରାଉଣ୍ଡ ମୂଲ୍ୟାଙ୍କନ ପରେ ଜେଏସପିଏଲକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିଲା । ଓଡିଶା, ଛତିଶଗଡ ଏବଂ ଝାରଖଣ୍ଡର ସମେତ ଭାରତ ସରକାରଙ୍କର ଆସ୍ପିରେଶନ୍ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଜେଏସପିଏଲ ତାର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ବହୁମୁଖୀ ସ୍ୱାସ୍ଥ୍ୟ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି ।

ଏହି ପୁରସ୍କାର ଗ୍ରହଣ କରି, ଜେଏସପିଏଲ ଫାଉଣ୍ଡେସନର ଚେୟାରମ୍ୟାନ୍ କହିଛନ୍ତି ଯେ, “ଆମର ସମସ୍ତ ସିଏସଆର ପଦକ୍ଷେପ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ଆଧାରରେ ପରିଚାଳିତ । ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଆମେ ପୂର୍ବ ଭାରତର ତିନୋଟି ରାଜ୍ୟରେ 20 ଲକ୍ଷରୁ ଅଧିକ ଲୋକମାନଙ୍କ ପାଖରେ ପହଂଚିପାରିଛୁ । ଏହାଦ୍ୱାରା ସ୍ୱାସ୍ଥ୍ୟ ସେବା ଲୋକମାନଙ୍କ ପାଇଁ ସୁଲଭ ଭାବରେ ଉପଲବ୍ଧ ହୋଇପାରିଛି । ଏହି ସମ୍ମାନଜନକ ପୁରସ୍କାର ପାଇଁ ଜେଏସପିଏଲକୁ ଚୟନ କରିଥିବାରୁ ସେ ଗ୍ରୀନ୍ ଟେକ୍ ଫାଉଣ୍ଡେସନ୍ ଏବଂ ଜୁରିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜେଏସପିଏଲ ଦ୍ୱାରା ନିଆଯାଉଥିବା ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମଗୁଡିକ ଗୁଡିକ ମୋବାଇଲ୍ ମେଡିକାଲ୍ ୟୁନିଟ୍ ଠାରୁ ଆରମ୍ଭ କରି ସୁପର ସ୍ପେସିଆଲିଟି ମେଡିକାଲ ପର୍ଯ୍ୟନ୍ତ ପରିବ୍ୟାପ୍ତ।  ଶିଶୁ ତଥା ମାତୃ ମୃତ୍ୟୁହାର କମ କରିବା, ପୁଷ୍ଟିହୀନତା ଦୂରୀକରଣ, କିଶୋର ବାଳିକାମାନଙ୍କ ମଧ୍ୟରେ ରକ୍ତହୀନତା ନିୟନ୍ତ୍ରଣ, ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ଜେଏସପିଏଲ ଧ୍ୟାନ ଦେଇଥାଏ । ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ଟେଲି ମେଡିସିନ୍ ସହାୟତା କେନ୍ଦ୍ର ସହିତ ଛତିଶଗଡରେ ସୁପର ସ୍ପେସିଆଲିଟି ହସ୍ପିଟାଲ୍, ଓପି ଜିନ୍ଦଲ ଫୋର୍ଟିସ୍ ହସ୍ପିଟାଲ୍,ଏସପିଏଲ ପକ୍ଷରୁ ପରିଚାଳନା କରାଯାଉଛି ।

ବହୁମୁଖୀ ସିଏସ୍ଆର୍ ପଦକ୍ଷେପ ପାଇଁ, JSPL କୁ ଗୋଲ୍ଡେନ୍ ପିକକ ପୁରସ୍କାର, ମହିଳା ସଶକ୍ତିକରଣ ପାଇଁ FICCI CSR ପୁରସ୍କାର, ପ୍ଲାଟିନମ୍ ବର୍ଗରେ ଗ୍ରୋ କେୟାର ଇଣ୍ଡିଆ CSR ପୁରସ୍କାର ଏବଂ ଅନ୍ୟାନ୍ୟ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।