Odia News Portal

କୋଣାର୍କ କ୍ୟାନସର ଫାଉଣ୍ଡେସନ ତରଫରୁ ଅସହାୟ ଲୋକମାନଙ୍କୁ ରାସନ ବଣ୍ଟନ

ଭୁବନେଶ୍ବର() ଆଜି କୋଣାର୍କ କ୍ୟାନସର ଫାଉଣ୍ଡେସନ ତରଫରୁ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର କଲ୍ୟାଣପୁର ପଞ୍ଚାୟତରେ  ଅସହାୟ ଗରିବ ଖଟିଖିଆ ଲୋକମାନଙ୍କୁ ସମସ୍ତ ରାସନ ବଣ୍ଟନ କରାଯାଇଛିି ।

କଲ୍ୟାଣପୁର ପଞ୍ଚାୟତରେ କଲ୍ୟାଣପୁର ଗାଁ,ନୂଆବନ୍ତ ଗାଁ , ବେଣାଗାଡ଼ିଆ ଗାଁ, ଗୋପନପୁର, ଗଣ୍ଡରପୁର ଗାଁ,ବ୍ରାହ୍ମଣ ସାହି, ଖଇରାପଡା ଗାଁ, ଢାଉଆ ଗାଁ,କଳାଝରି ଗାଁରେ ଓଡିଶା ମୋ ପରିବାର ଅଧକ୍ଷ ଶ୍ରୀ ଅରୂପ ପଟ୍ଟନାୟକଙ୍କ ସହଯୋଗରେ ଏହି  ରାସନ ବଣ୍ଟନ କରାଯାଇଛି ।

ଅରୂପ ପଟ୍ଟନାୟକଙ୍କ ସହ କର୍ପୋରେଟର ଶ୍ରୀ ସମୀର ପ୍ରଧାନ ଏବଂ ସମାଜସେବୀ ଶ୍ରୀ ସୁବାସ ପାତ୍ରଙ୍କ ମିଳିତ ପ୍ରୟାସରେ ଅସହାୟ ଗରିବ ଖଟିଖିଆ ଲୋକମାନଙ୍କୁ ସମସ୍ତ ରାସନ ସାମଗ୍ରୀ(ଚାଉଳ, ଡାଲି, ଚୁଡା, ଆଳୁ, ପିଆଜ, ତେଲ) ବଣ୍ଟନ କରାଯାଇଛି।

ଏଥିରେ ମଧ୍ୟ ସରପଞ୍ଚଙ୍କ ପ୍ରତିନିଧିମାନେ ଯଥା ବସନ୍ତ ସାମଲ,ରାଜେନ୍ଦ୍ର ସ୍ୱାଇଁ,ତ୍ରୟିଲୋକ୍ୟା ପରିଡା,ନକୁଳ ବେହେରା, ବ୍ରଜ ସ୍ୱାଇଁ, ହିରୋ ରାଉତ, ଗୋପୀନାଥ ଦାସ,ମହେନ୍ଦ୍ର ରାଉତ, ରମ୍ୟ ରଞ୍ଜନ ମହାନ୍ତି, ନିର୍ମଳ ରାଉତ ଯୋଗଦାନ କରି ସହଯୋଗ କରିଥିଲେ।