Odia News Portal

ରାଜଧାନୀରେ ମହିଳାଙ୍କୁ ଛୁରା ମାଡ଼ କରି ଲୁଟ୍ ଉଦ୍ୟମ

ଭୁବନେଶ୍ୱର: ଲକଡାଉନରେ ରାଜଧାନୀରେ ମାତିଛନ୍ତି ଲୁଟେରା । ମହିଳାଙ୍କୁ ଛୁରୀ ମାଡ଼ କରି ହୋଇଛି ଲୁଟ୍ ଉଦ୍ୟମ ।ତେବେ ଲୁଟ୍ ଉଦ୍ୟମ ସମୟରେ ଲୁଟର ଲାଇଭ୍ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।

ସୂଚନା ଅନୁଯାୟୀ, ରାଜଧାନୀରେ ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାଡ଼ କରି ଲୁଟ ଉଦ୍ୟମ କରିଥିଲେ ଜଣେ ଲୁଟେରା ।ମହିଳା ଜଣକ ପରିବା ଆଣିବା ପାଇଁ ଯାଉଥିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କୁ ଏକୁଟିଆ ଦେଖି ଲୁଟ୍ ଉଦ୍ୟମ କରିଥିଲା । ଧାରୁଆ ଛୁରୀରେ ଆକ୍ରମଣ କରି ଲୁଟ କରିବା ପାଇଁ ଚେଷ୍ଟା କରିଥିଲା । ନୟାପଲ୍ଲୀ ଭିଆଇପି ରୋଡ଼ରେ ଏହି ଘଟଣା ଘଟିଛି । ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସେପଟେ ମହିଳା ଜଣକ ଗୁରୁତର ଅବସ୍ଥାରେ ନୟାପଲ୍ଲୀ ର ଉସ୍ତି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।