Odia News Portal

କରୋନା ମୁକାବିଲା ସହ ଯାଜପୁର ଜିଲ୍ଲାର ବିକାଶ ସମ୍ପର୍କରେ ଆଲୋଚନା

ଯାଜପୁର() ସାରା ବିଶ୍ବର କରୋନା ତାର କାୟ ବିସ୍ତାର କରିବାରେ ଲାଗିଛି । ସରକାରଙ୍କ ଅନେକ ପଦକ୍ଷେପ ପରେ ବି ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ । ଏହାରି ମଧ୍ୟରେ ସାମାଜିକ ଦୂରତାକୁ ସମ୍ମାନ ଦେଇ ଯାଜପୁର ଜିଲ୍ଲାର ୬ ବିଜେଡି ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି । କରୋନା ମୁକାବିଲା ସହ ଯାଜପୁର ଜିଲ୍ଲାର ବିକାଶ ସମ୍ପର୍କରେ ଏହି ଭିଡିଓ କନଫରେନ୍ସିରେ ଆଲୋଚନା ହୋଇଛି । ଏହା ସହ ଟେକ୍ନୋଲୋଜି ସାହାର୍ଯ୍ୟରେ ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆହୋଇଛି ବୋଲି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ଏହି ଆଲୋଚନାରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରେଇ ବିଧାୟକ ଅଶୋକ କୁମାର ବଳ, ସୁକିନ୍ଦାର ବିଧାୟକ ପ୍ରୀତି ରଞ୍ଜନ ଘରାଇ, ବରି ବିଧାୟକ ସୁନନ୍ଦା ଦାସ, ବଡଚଣାର ବିଧାୟକ ଅମର ପ୍ରସାଦ ଶତପଥୀ, ବିଞ୍ଝାରପୁରର ବିଧାୟକ ପ୍ରମିଳା ମଲ୍ଲିକ ଓ ଯାଜପୁରର ସାଂସଦ ସର୍ମିଷ୍ଠl ସେଠୀ ସାମିଲ ହୋଇଥିଲେ ।