Odia News Portal

କ୍ବାରେଣ୍ଟାଇନରେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର()  ଭୁବନେଶ୍ବରର ପୂର୍ବତନ ସାଂସଦ ତଥା ବିଜେଡି ଉପସଭାପତି ପ୍ରସନ୍ନ ପାଟ୍ଟଶାଣୀ କ୍ବାରେଣ୍ଟାଇନରେ। ସେ ଓ ତାଙ୍କ ପରିବାର ଆଜି ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି । ଏ ନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ବିଜେଡିର ଜଣେ ଯୁବ ନେତା ତାଙ୍କ ଘରକୁ ତିନି ଦିନ ତଳେ ଯାଇଥିଲେ । ସେ ଗତକାଲି ପଜିଟିଭ୍‌ ବାହାରିଛନ୍ତି । ଶ୍ରୀ ପାଟ୍ଟଶାଣୀ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ଏଣୁ ନିଜ ଆଡୁ ସତର୍କତା ପଦକ୍ଷେପ ନେଇ ସେ ନିଜ ପରିବାର ସହ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ବୋଲି କହିଛନ୍ତି ।