Odia News Portal

ୱାନ୍ ନେସନ୍ – ୱାନ ଇଲେକ୍ସନ୍ ସପକ୍ଷରେ ଅପରାଜିତା

ଦେଶରେ ୱାନ୍ ନେସନ୍ – ୱାନ ଇଲେକ୍ସନ୍ ପାଇଁ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ୱାନ୍ ନେସନ୍ ଓ ୱାନ୍ ଇଲେକ୍ସନ୍ ସମ୍ପର୍କରେ ରାଜ୍ୟରେ ଦଳର ଆଗଧାଡ଼ିର ନେତାମାନଙ୍କୁ ଅବଗତ କରିବା ନିମନ୍ତେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆଜି ଏକ ଭର୍ଚୁଆଲ ୱେବିନାର ର ଆୟୋଜନ କରିଥିଲେ । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ସମଗ୍ର ଦେଶରେ ୱାନ୍ ନେସନ, ୱାନ୍ ଇଲେକ୍ସନ ବାବଦରେ ସମଗ୍ର ଦେଶରେ ଆଲୋଚନା କରାଯାଇଛି। ଏହି ଏକକ ନିର୍ବାଚନ ପାଇଁ ଲୋକଙ୍କ ସହମତି ଆହ୍ୱାନ କରାଯାଉଛି ।

ଏକକ ନିର୍ବାଚନ କାର୍ଯ୍ୟକାରୀ ହେଲେ ନିର୍ବାଚନଜନିତ ଖର୍ଚ୍ଚ ଅନେକ ପରିମାଣର ହ୍ରାସ ପାଇବ। ‘ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଲାଗୁ ହେଲେ ନିର୍ବାଚନ ମଡେଲ କୋଡ୍ ଅଫ କଣ୍ଡକ୍ଟ ନିମନ୍ତେ ଉନ୍ନୟନ କାର୍ଯ୍ୟ ଯେଉଁ ପରିମାଣରେ ବାଧାପ୍ରାପ୍ତ ହେଉଥିଲା ତାହା ହେବ ନାହିଁ ଏବଂ ମାନବ ସମ୍ବଳ, ଶକ୍ତି, ସମୟ ଓ ଆର୍ଥିକ ସମ୍ବଳର ସଂରକ୍ଷଣ ହୋଇପାରିବ। ଏହାକୁ ଲାଗୁ କରାଗଲେ ଜିଡିପି କ୍ଷତି କିଛି ମାତ୍ରାରେ ରୋକାଯାଇପାରିବ | ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକକ ନିର୍ବାଚନ ପାଇଁ ଆଗ୍ରହ ପ୍ରକାଶ କରି ଏହା ଉପରେ ବିଚାରବିମର୍ଶ ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି।

ଭୁବନେଶ୍ୱରଠାରେ ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ୱେବିନାର କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ସାଧାରଣ ସଂପାଦକ ସଙ୍ଗଠନ ମାନସ ମହାନ୍ତି ଏବଂ ଦିଲ୍ଲୀରୁ ଭିଡିଓ କନଫରେନ୍ସି ମାଧ୍ୟମରେ ବିଜେପି ରଷ୍ଟ୍ରୀୟ ଉପସଭାପତି ତଥା ରାଜ୍ୟସଭା ସାଂସଦ ବିନୟ ସହସ୍ରବୁଦ୍ଧ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।