Odia News Portal

ତିର୍ତୋଲରେ ନବୀନଙ୍କ ଭର୍ଚୁଆଲ ରାଲି : କ’ଣ କହିଲେ ନବୀନ

ଭୁବନେଶ୍ୱର()  ତିର୍ତୋଲ ଉପନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର କରିଛନ୍ତି । ଉଦବୋଧନ ଦେଇ ନବୀନ କହିଲେଯେ, ମା’ ଶାରଳାଙ୍କ ପବିତ୍ର କ୍ଷେତ୍ର ତିର୍ତୋଲର ପ୍ରିୟ ଭାଇଉଭଣୀମାନଙ୍କୁ ମୋର ନମସ୍କାର । କରୋନା ପରିଚାଳନାରେ ଓଡ଼ିଶା ସାରା ଦେଶରେ ଏକ ମଡେ଼ଲ ରାଜ୍ୟ ହୋଇପାରିଛି । ହୁ ମଧ୍ୟ ଓଡ଼ିଶାକୁ ପ୍ରଶଂସା କରିଛି । ମୁଁ ଜାଣେ ମୋ ପ୍ରତି ଆପଣଙ୍କର ବହୁତ ଭଲପାଇବା ଅଛି । ସ୍ନେହ ଓ ଆଦର ରହିଛି । ତେଣୁ ଆଜି ତିର୍ତୋଲ ଯାଇଥିଲେ ବହୁ ସଂଖ୍ୟାରେ ଆପଣ ଆସିଥାନ୍ତେ । କିନ୍ତୁ କୋଭିଡ଼ ପରିସ୍ଥିତିରେ ଏହା ଉଚିତ ନୁହେଁ । ଆପଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଆଖି ଆଗରେ ରଖି ମୁଁ ଭିଡ଼ିଓ କନଫେରେନ୍ସ ଜରିଆରେ ଆପଣମାନଙ୍କୁ ଭେଟିବାକୁ ସ୍ଥିର କଲେ । କରୋନା ଦୂର ହେବା ପରେ ମୁଁ ତିର୍ତୋଲକୁ ଯିବି, ବିକାଶ କାମ ଦେଖିବି ଓ ଆପଣମାନଙ୍କୁ ଭେଟିବି । ଗତବର୍ଷ ଆପଣ ବିଷ୍ଣୁ ବାବୁଙ୍କୁ ବହୁ ଭୋଟରେ ଜିତାଇଥିଲେ । କିନ୍ତୁ ଦୁଃଖର କଥା ସେ ଆମ ଗହଣରେ ନାହାନ୍ତି । ତିର୍ତୋଲବାସୀ ସବୁବେଳେ ବିଜୁ ପରିବାର ସହ ଅଛନ୍ତି । ବିଭିନ୍ନ ନିର୍ବାଚନରେ ଆମ ସରକାରର ବିକାଶ କାମକୁ ତିର୍ତୋଲବାସୀ ସମର୍ଥନ ଦେଇ ଆସିଛନ୍ତି । ତିର୍ତୋଲର ବିକାଶ ପାଇଁ ଦୁଇଟି ବଡ଼ ସେତୁ କାମ ଆରମ୍ଭ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟ ଭିତିଭୂମିର ବିକାଶ କରାଯିବ । ଶିଳ୍ପ ସ୍ଥାପନ ଦ୍ୱାରା ରୋଜଗାର ସୃଷ୍ଟିକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି । ଜଣେ ବି କେହି ଖାଦ୍ୟ ସୁରକ୍ଷାରୁ ବଂଚିତ ହେବେନାହିଁ । ମିଶନ ଶକ୍ତିର ମା’ମାନେ ବହୁତ ଭଲ କାମ କରିଛନ୍ତି । ଏହା ଜାଣି ମୁଁ ବହୁତ ଖୁସି । ଆପଣମାନେ ଭଲ କାମ ଜାରି ରଖନ୍ତୁ । ମୁଁ ସବୁବେଳେ ଆପଣଙ୍କ ସହ ଅଛି । ତିର୍ତୋଲର ବିକାଶକୁ ଆଗେଇ ନେବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନବୀନ ଆହ୍ୱାନ ଦେଇଛନ୍ତି ।