Odia News Portal

ବିଡେନଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବିଡେନ ଓ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ, ଜୋ ବିଡେନଙ୍କ କାର୍ୟ୍ୟକାଳ ସମୟରେ ଭାରତ ସହ ଆମେରିକାର ସମ୍ପର୍କ ଆହୁରି ସୁଦୃଢ ହେଉ ଏବଂ ଏହି ଦୁଇ ବୃହତ ଗଣତାନ୍ତ୍ରୀକ ରାଷ୍ଟ୍ର ମିଳିତ ଭାବେ କାର୍ୟ୍ୟ କଲେ ବିଶ୍ୱକୁ ଏକ ଉନ୍ନତ ସ୍ଥାନରେ ପହଞ୍ଚାଇ ପାରିବେ ।

ସୂଚନା ଯୋଗ୍ୟ ଯେ, ଆମେରିକାକୁ ମିଳିଛି ନୂଆ ରାଷ୍ଟ୍ରପତି । ବିଜୟର ତାଜ୍ ପିନ୍ଧିଛନ୍ତି ଜୋ ବିଡେନ । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ଆମେରିକୀୟଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି ଜୋ ବିଡେନ । ସେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।