Odia News Portal

ନିୟମ ଉଲ୍ଲଙ୍ଘନ କଲେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର() ରାଜ୍ୟ ବାହରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ନିଜର । ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ବିପଦରେ ପକାଇବ । ପ୍ରତ୍ୟେକଟି ଜୀବନ ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ କ୍ୱାରେଣ୍ଟିନ ବ୍ୟବସ୍ଥା ହୋଇଛି । ଯେଉଁମାନେ ଫେରୁଛନ୍ତି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ ।

ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆ କ୍ୱାରେଣ୍ଟିନରେ ରୁହନ୍ତୁ ନିୟମ ମାନନ୍ତୁ । ଉଲ୍ଲଙ୍ଘନ କଲେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଜଣାଇବେ । ନିୟମ ଉଲ୍ଲଙ୍ଘନ କଲେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ଗତକାଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ମଧ୍ୟ ଚେତାବନୀ ଦେଇଥିଲେ ।