Odia News Portal

ଖାଇଗଲେ ବିଧବାଙ୍କ ଭତା ଟଙ୍କା

ନୟାଗଡ: ସରପଂଚ ଖାଇଗଲେ ବିଧବାଙ୍କ ଭତା ଟଙ୍କା ! ଗରୀବ ବୋଲି ଠକି ଦେଲେ ଭୋଟ ନେଇଥିବା ନେତା ! ସରକାରୀ ଅଧିକାରୀଙ୍କ ମିଲିଭଗତରେ ଲୁଟ ହେଉଛି ମଳିମୁଣ୍ଡିଆଙ୍କ ଭତା ଓ ଚାଉଳ । ଏଭଳି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଗାତେରି ଗ୍ରାମପଂଚାୟତରୁ । ହିତାଧିକାରୀଙ୍କ ନାଁ ଜମ୍ବୁ ନାଏକ । ଘର ଡାକଡୋଲ ଗାଁରେ । ଲାଲବାହିନୀ ଆକ୍ରମଣରେ ସହୀଦ ହୋଇଥିବା ମହିପୁର ପୁଲିସ ଷ୍ଟେସନରେ କାର୍ଯ୍ୟରତ ଆନନ୍ଦ ନାୟକଙ୍କ ପତ୍ନୀ ହେଉଛନ୍ତି ଜମ୍ବୁ । ତେବେ ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ସରକାରୀ ସହାୟତା ମିଳିନଥିବା ସେ ଅଭିଯୋଗ କରିଛନ୍ତିି ।

ଜମ୍ବୁଙ୍କ ସମ୍ବଳ କହିଲେ ସରକାରଙ୍କ ତରଫରୁ ମିଳୁଥିବା ୫ କେଜି ଚାଉଳ ଏବଂ ବିଧବା ପେନସନ ଯୋଜନାରେ ମିଳୁଥିବା ଅର୍ଥ । କିନ୍ତୁ ଜାନୁଆରୀ ମାସର ଭତା ଟଙ୍କା ନଦେଇ ସରପଂଚ ଟଙ୍କା ହଡପ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜମ୍ବୁ ନାୟକ । କରୋନା ମାହାମରୀ ବେଳେ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ତାହା ସଠିକ ରୂପେ ହିତାଧିକାରୀଙ୍କ ପାଖେ ପହଁଚିପାରୁନି । ଏଭଳି ଦୁର୍ନୀତିକୁ ନିନ୍ଦା କରିବା ସହ ତୁରନ୍ତ ଭତା ଟଙ୍କା ଯୋଗଇ ଦେବାକୁ ଦାବି କରିଛନ୍ତି ବୃଦ୍ଧିଜୀବି ।