Odia News Portal

ଛେଳି ଚୋରି କରି ପାଳୁଛନ୍ତି ଛାଡ଼ଖାଇ

ଗୋପ ଥାନା ଅଞ୍ଚଳରେ ପୁଣି ମାତିଲେ ଛେଳି ଚୋର । ସେମାନେ ଗୋଟିଏ ରାତିରେ ୨୦ରୁ ଅଧିକ ଛେଳି ଚୋରି କରିଛନ୍ତି। ଚୋରମାନେ ବ୍ୟବହାର କରିଥିବା କାର୍‌ର ଛବି ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ଆଧାରରେ ଗୋପ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗୋପ ଥାନା ବନ୍ତଳୀ ପଞ୍ଚାୟତର ଭୀମସେନ କାଣ୍ଡି ଓ ବେନୁ କାଣ୍ଡି ସବୁଦିନ ପରି ରବିବାର ରାତିରେ ଗୁହାଳରେ ଛେଳି ଗୁଡ଼ିକୁ ବାନ୍ଧି ରାତି ୧୦ଟା ପରେ ଘରକୁ ଫେରିଥିଲେ। ରାତି ପ୍ରାୟ ୨ଟା ସମୟରେ କେତେକ ଦୁର୍ବୃତ୍ତ ଗୋଟିଏ କାରରେ ଆସି ଦୁଇଜଣଙ୍କ ଗୁହାଳରୁ ପ୍ରାୟ ୨୦ଟି ଛେଳି ଚୋରି କରିଥିଲେ। ଛେଳିଗୁଡ଼ିକ ରଡ଼ି ଛାଡ଼ିବାରୁ ଗ୍ରାମର କିଛି ଲୋକ ଓ ଛେଳି ମାଲିକ ଉଠି ପଡ଼ିଥିଲେ। ଏହି ସମୟରେ ଗୋଟିଏ କାରରେ ଚୋରମାନେ ଛେଳିଗୁଡ଼ିକୁ ଭର୍ତ୍ତି କରି ନେଇ ଯାଉଥିବା ଦେଖିଥିଲେ। ଗ୍ରାମବାସୀ ହୋହଲ୍ଲା କରିବାରୁ ଚୋରମାନେ କାର୍‌ରେ ମଦରଙ୍ଗ ପଟକୁ ଦ୍ରୁତ ଗତିରେ ଚାଲି ଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଛେଳି ମାଲିକ ଭୀମସେନ ଓ ବେନୁ ଗୋପ ଥାନାରେ ଅଭିଯୋଗ କରିଛନ୍ତି।