Odia News Portal

ଘର ସଜାଡିବାକୁ ସମାଜସେବୀଙ୍କୁ ଡାକି ହଟହଟା

ଭୁବନେଶ୍ୱର ()  ସମାଜସେବୀମାନେ ଭାଙ୍ଗି ଯାଇଥିବା ପରିବାରକୁ ଯୋଡନ୍ତି । ସେଥିପାଇଁ ଅସୁବିଧାରେ ପଡିଥିବା ଅନେକ ଲୋକ ନିଜ ନିଜ ଉଜୁଡା ପରିବାରକୁ ସଜାଡିବାପାଇଁ ସମାଜସେବୀଙ୍କ ସହଯୋଗ ଲୋଡିଥାନ୍ତି । ହେଲେ ରାଜଧାନୀରେ ଜଣେ ବ୍ୟକ୍ତି ଏବେ ସମାଜସେବୀଙ୍କ ସହାୟତା ନେଇ ହଟହଟା ହେଉଛନ୍ତି । ତାଙ୍କ ଘର ସଜଡାହେବ କ’ଣ ଓଲଟା ଭାଙ୍ଗିବାରେ ଲାଗିଛି । ବିନା ମାମଲାରେ ଥାନାରେ ଚକ୍କର କାଟିବାକୁ ପଡୁଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ଜଣେ ବ୍ୟକ୍ତିଙ୍କ ପାରିବାରିକ ଅଶାନ୍ତି ଦେଖାଦେଇଥିଲା । ବହୁ ଅତ୍ୟାଚାରରେ ଅତିଷ୍ଠ ବ୍ୟକ୍ତି ଜଣଙ୍କ ସମସ୍ୟାରସମାଦାନ ପାଇଁ ନିଜର ଜଣେ ବନ୍ଧୁଙ୍କ ସହାୟତା ଲୋଡିଥିଲେ । ବନ୍ଧୁ ଜଣଙ୍କ କାଳେଏହା ନିଜେ ନପାରିବେ ସେଥିପାଇଁ ଜଣେ ସମାଜସେବୀଙ୍କୁ ଏଥିରେ ସାମିଲ କରିଥିଲେ । ହେଲେ ସମାଜସେବୀ ଜଣଙ୍କ ଘଟଣାରେ ହସ୍ତକ୍ଷେପ କରି କି ପାଠ ପଢାଇଲେ କେଜାଣି ମାମଲା ଥାନାରେ ପହଞ୍ଚିଲା । ବୋହୂ ଜଣଙ୍କ ଥାନାରେ ଆସି ସମାଜସେବୀଙ୍କ ସହ ପହଞ୍ଚିବାପରେ ପୁଲିସ୍‍ ସମ୍ପୃକ୍ତ ଭଦ୍ରବ୍ୟକ୍ତିଙ୍କୁ ଡାକିଲା ।

ଥାନାକୁ ଆସି ବ୍ୟକ୍ତି ଜଣଙ୍କ ଜାଣିବାକୁ ପାଇଲେ ଯେ ତାଙ୍କ ନାମରେ କୌଣସି ମାମଲା ହୋଇନାହିଁ । ସମାଜସେବୀଙ୍କ କଥାରେ ପଡି ପୁଲିସ୍‍ ତାଙ୍କୁ ଡାକିଛି । ତଥାପି ପୁଲିସ୍‍କୁ କାରଣ ପଚାରିବାରୁ ପୁଲିସ୍‍ ପ୍ରଥମେ ଖାକି ଷ୍ଟାଇଲରେ ନାଲିଆଖି ଦେଖାଇଲା । ଯେତେବେଳେ ଭଦ୍ରବ୍ୟକ୍ତି ଜଣଙ୍କ ନଦବିଲେ ସେତେବେଳେ ପୁଲିସ୍‍ ତାଙ୍କୁ ମାମଲାର ରଫାଦଫା କରିବାକୁ କହିଲା । ହେଲେ ବୋହୁର ସମସ୍ତ ଖର୍ଚ୍ଚ ବହନ କରୁଥିବା ବ୍ୟକ୍ତି ଜଣଙ୍କ ଥାନାରେ ସୂଚନା ଦେବାପରେ ପୁଲିସ୍‍ ବି ଆକାବାକା ହୋଇଯାଇଥିଲା । ସବୁଠାରୁ ଆ୧⁄୨ର୍ଯ୍ୟର ବିଷୟ ହେଉଛି ସମାଜସେବୀଙ୍କ ସହିତ ଥାନାରେ ଉପସ୍ଥିତ ବୋହୁ ଜଣଙ୍କ ଶ୍ୱଶୁରଙ୍କୁ ସେଠାରେ ଦେଖି ପ୍ରଣାମ
ବି ହୋଇଥିଲା ।

ଥାନାର ଚାରିକାନ୍ଥ ଭିତରୁ ଘଟଣାଟି ବାହାରୁ ଆସି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ସଂକ୍ରାନ୍ତରେ ଅବଗତ ଥିବା ଜଣେ ବ୍ୟକ୍ତି ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଭଦ୍ରବ୍ୟକ୍ତି ଜଣଙ୍କ ସମାଜସେବୀ ଜାଲରେ ପଡି ଏବେ ପସ୍ତଉଛନ୍ତି । ସମାଜସେବୀ ଜଣଙ୍କ ତାଙ୍କ ଘର ସଜାଡିବେ କ’ଣ ଓଲଟା ବୋହୁକୁ ରାଜଧାନୀରେ ଘର ଓ ମୋଟା ଅଙ୍କର ଅର୍ଥ ଦେବାକୁ ଶ୍ୱଶୁରଙ୍କୁ ପରାମର୍ଶ ଦେଉଛନ୍ତି । ବୋହୁର ଓକିଲ ସାଜିଥିବା ସମାଜସେବୀଙ୍କ କଥାବାର୍ତ୍ତାରେ ଏବେ ଶ୍ୱଶୁର ଜଣଙ୍କ ପୂରା ଘାଇଲା ।

ସବୁଠାରୁ ମଜାର କଥା ହେଉଛି ଥାନାରେ ଏହି ଘଟଣା ଘଟିବା ସମୟରେ ସମାଜସେବୀ ଜଣଙ୍କ ଥାନା ଅଧିକାରୀଙ୍କ ସହିତ ବସି ଚା’ ପିଇବା ସହିତ ଖୁସିଗପ କରୁଥିଲେ । ତାଙ୍କ ବୁଦ୍ଧରେ ପଡି ଥାନା ଅଧିକାରୀ ବିନା ମାମଲା ରୁଜୁରେ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଡକାଇ ମାମଲା ରଫାଦଫା କରିବାକୁ କହିଲେ । ହେଲେ ଯେତେବେଳେ ଭଦ୍ରବ୍ୟକ୍ତି ଜଣଙ୍କ ନିଜଆଡୁ ଦୋଷଥିଲେ ଗିରଫ nହେବାପାଇଁ କହିଲେ ସେତେବେଳେ ସମସ୍ତଙ୍କ ବୁଦ୍ଧି ହଜିଥିଲା । ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ସମାଜସେବୀ ଜଣଙ୍କ ନିଜକୁ ପୁଲିସ୍‍ କମିଶନରଙ୍କ ଧର୍ମପତ୍ନୀଙ୍କ ସାଙ୍ଗ ଦର୍ଶାଇ ବିଭିନ୍ନ ଥାନା ଅଧିକାରୀଙ୍କୁ ପ୍ରଭାବିତ କରିବାରେ ଲାଗିଛନ୍ତି । ଏହି ଘଟଣାରେ ମଧ୍ୟସ୍ଥି ସାଜି ଶ୍ୱଶୁର ଦେବାକୁ ଥିବା ଅର୍ଥରୁ ପର୍ସେଣ୍ଟେଜ ପାଇବାକୁ ମଧ୍ୟ ଯୋଜନା କରିଥିବା ଜଣାଯାଇଛି । ଏହି ଘଟଣା ଏବେରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।