Odia News Portal

ମିଲ ମାଲିକଙ୍କୁ ନିୟନ୍ତ୍ରଣ କରୁଛନ୍ତି ମଧ୍ୟସ୍ଥି

ଭୁବନେଶ୍ୱର () ଧାନ କିଣା କ୍ଷେତ୍ରରେ ମିଲମାଲିକ ଓ ସରକାରୀ ଅଧିକାରୀଙ୍କ ଅସାଧୁ ମେଣ୍ଟକୁ ନେଇ ବିରୋଧିଦଳ ଓ ଚାଷୀମାନେ ଅଭିଯୋଗର ପାହାଡ ଛିଡା କରୁଥିବାବେଳେ ମାମଲା ରଫାଦଫା ପାଇଁ ଏବେ ବରଗଡ ଠାରୁ ଯାଜପୁର ଓ ଭୁବନେଶ୍ୱର ପର୍ଯ୍ୟନ୍ତ କିଛି ବ୍ୟବସାୟୀ ଅଣ୍ଟା ଭିଡିଛନ୍ତି । ଏମାନେ ଏବେ ମିଲ୍‍ ମାଲିକ ଓ ଯୋଗାଣ ବିଭାଗର ବଡପଣ୍ଡାଙ୍କ ମଧ୍ୟସ୍ଥି ସାଜିଥିବା ନେଇ ଜୋରଦାର ଆଲୋଚନା ହେଉଛି ।

ରାଜଧାନୀରେ ହେଉଥିବା ଆଲୋଚନା ଅନୁଯାୟୀ ମିଲ ମାଲିକମାନେ ଯେଭଳି କ୍ଷତିଗ୍ରସ୍ତ ନହେବେ ସେଥିପାଇଁ ଯୋଗାଣ ବିଭାଗର ହର୍ତାକର୍ତାମାନେ ବରଗଡ, ଯାଜପୁର ଓ ଭୁବନେଶ୍ୱରରେ କିଛି ବ୍ୟବସାୟୀଙ୍କୁ ଦାୟିତ୍ୱ ଦେଇଛନ୍ତି । ବରଗଡର ଦୁଇ ଚର୍ଚ୍ଚିତ ଶ୍ୟାମ-ଲାଠ ଯୋଡି ଏବେ ପ୍ରମୁଖ କାର୍ପଟଦାର ସାଜିଛନ୍ତି । ମିଲ୍‍ ମାଲିକଙ୍କ ସ୍ୱାର୍ଥରକ୍ଷା କରିବା ହେଉଛି ଏମାନଙ୍କର କାମ । ସେହିଭଳି ଚାଷୀମାନେ ଯେଭଳି ସଂଘବଦ୍ଧ ହୋଇ ମିଲ୍‍ମାଲିକ ଓ ସରକାରଙ୍କ ବିରୁଦ୍ଧରେ ପାଟି ନଖୋଲିବେ ଓ ଯୋଗାଣ ବିଭାଗର ଅଧିକାରୀମାନେ ଛାପା ନମାରିବେ ସେଥିପାଇଁ ଏମାନେ ଦାୟିତ୍ୱ ନେଇଛନ୍ତି । ଏଥିପାଇଁ ପ୧⁄୨ିମଓଡିଶାର ବିଭିନ୍ନ ମିଲ୍‍ମାଲିକଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ ହେଉଛି ।

ସେହିଭଳି ଯାଜପୁରର ଜଣେ ମିଲ୍‍ ମାଲିକ ଯୋଗାଣ ବିଭାଗ ସର୍ବେସର୍ବା ଅଧିକାରୀଙ୍କ ଆଖି କାନ ସାଜିଛନ୍ତି । ଏ ବାବୁ ଜଣଙ୍କ କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱରରେ ଥିବା ମିଲ୍‍ ମାଲିକଙ୍କ କଥା ବୁଝୁଛନ୍ତି । ଯୋଗାଣ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯେଭଳି ମିଲ୍‍ମାଲିକଙ୍କ ହଇରାଣ ନକରନ୍ତି ତାହାର ଦାୟିତ୍ୱ ଏହି ବାବୁଙ୍କୁ ଦିଆଯାଇଛି । ସେହିଭଳି ଏହି ଅଞ୍ଚଳରୁ ଯେଭଳି କୌଣସି ଅଭିଯୋଗ ଆସି ରାଜଧାନୀରେ ପହଞ୍ଚେ ସେଥିପାଇଁ ଦୃଷ୍ଟି ଦେବାକୁ କୁହାଯାଇଛି । ତେଣୁ ଏହିସବୁ ଜିଲ୍ଲାରେ ଚାଷୀମାନେ ଧାନ କିଣା ନେଇ ଯେତେ ହୋ ହଲ୍ଲା କଲେ ବି ତାହାକୁ ଚାପି ଦିଆଯାଉଛି । ସେହିଭଳି ରାଜଧାନୀରେ ଦାୟିତ୍ୱ ସମ୍ଭାଳିଛନ୍ତି ଗୁପ୍ତା ବାବୁ । ଅବଶ୍ୟକ ଏ ବାବୁ ମିଲ୍‍ ମାଲିକଙ୍କ ସହିତ ଯୋଗାଣ ବିଭାଗର ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଠାରୁ ମାସିକିଆ ଆଦାୟ କରୁଥିବା ନେଇ ଆଲୋଚନା ହୋଇଛି । ତେବେ ସବୁ ପଇସା କୁଆଡେ ପ୧⁄୨ିମଓଡିଶା ବାଟ ଦେଇ ଦିଲ୍ଲୀ ପଳାଉଥିବା ଚର୍ଚ୍ଚା ହେଉଛି ।

ବିଭାଗରେ ଦୀର୍ଘଦିନ ଧରି ଗାଦିମାଡି ବସିଥିବା ପଣ୍ଡା-ପ…ନାୟକ ଯୋଡି ବିଭାଗ ସମ୍ଭାଳିଥିବାବେଳେ ନିଗମରେ ପୁନଃ ଅବସ୍ଥାପିତ ହୋଇଥିବା ଜଣେ ଯବୀ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଆଖିକାନ ସାଜିଛନ୍ତି । ବିଭାଗରେ ଥିବା ଏହି ଦୁଇ ଅଧିକାରୀ ୧୨ବର୍ଷରୁ ଅଧିକ ସମୟ ହେଲା ଡେପୁଟେସନରେ ରହିଥିବାବେଳେ ପୁନଃ ଅବସ୍ଥାପିତ ହୋଇଥିବା ସିଭିଲ ଇଞ୍ଜିନିୟର ଏବେ ନିଗମର ବଡପଣ୍ଡା ସାଜିଛନ୍ତି ।

ବିଭାଗର ସବୁକିଛି କାରବାର ପ୧⁄୨ିମର ଶ୍ୟାମ-ଲାଠ, ଯାଜପୁରର ମିଲ୍‍ ମାଲିକ, ଭୁବନେଶ୍ୱର ଗୁପ୍ତା ଏବଂ ବିଭାଗର ପଣ୍ଡା-ପ…ନାୟକ ଯୋଡି ଚଳାଇଥିବା ଆଲୋଚନା ହେଉଥିଲେ ମଧ୍ୟ ବିଭାଗୀୟ ମବୀ ଏଥିପ୍ରତି ଆଖିବୁଜି ଦେଇଛନ୍ତି । ଯୋଗାଣ ବିଭାଗରେ ହେଉଥିବା ଆଲୋଚନା ଅନୁଯାୟୀ ମବୀ ସବୁକିଛି ଜାଣୁଛନ୍ତି, ହେଲେ କୌଣସି ଅକୁହା କାରଣ ଯୋଗୁଁ ଏମାନଙ୍କ ବିରୁଦ୍ଧରେ କିଛି କହିପାରୁ ନାହାନ୍ତି । ବଭାଗୀୟ ପ୍ରମୁଖ ସଚିବ ବି ମବୀଙ୍କ ଷ୍ଟାଇଲ୍‍ରେ ସବୁକିଛିକୁ ନିରବ ସମର୍ଥନ ଦେଉଛନ୍ତି ।