Odia News Portal

ରେଳ ଯୋଗେ ଯାଉଥିବା କଣ୍ଟେନରରୁ ଲିକ୍ ହେଲା ଅକ୍ସିଜେନ୍‌

କଳାହାଣ୍ଡି: ରେଳ ଯୋଗେ ଯାଉଥିବା କଣ୍ଟେନରରୁ ଲିକ୍ ହୋଇଛି ଅକ୍ସିଜେନ । କଳାହାଣ୍ଡି କେସିଙ୍ଗା ରେଳ ଷ୍ଟେସନ୍ ନିକଟରେ ଲକ ଅକ୍ସିଜେନ୍ ଏକ୍ସପ୍ରେସ୍ କଣ୍ଟେନରରୁ ଅକ୍ସିଜେନ୍ ଲିକ୍ ହେଉଥିବା ସୂଚନା ମିଳିଛି । ରେଳ ଯୋଗେ ବାହାର ରାଜ୍ୟକୁ ଏହି ଅକ୍ସିଜେନ୍ ପରିବହନ କରାଯାଉଥିବା ବେଳେ ଏଭଳି ଘଟଣା ଘଟିଛି । ଏକ ଅକ୍ସିଜେନ୍ ଏକ୍ସପ୍ରେସ୍ ଦ୍ୱାରା ୨୦ ରୁ ଅଧିକ ଅକ୍ସିଜେନ୍ କଣ୍ଟେନରରେ ଅକ୍ସିଜେନ୍ ରାୟଗଡା କୁ ପରିବହନ ହେଉଥିବା ବେଳେ କେସିଙ୍ଗା ରେଳ ଷ୍ଟେସନ୍ ନିକଟରେ ଏହା ଲିକ୍ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଅଗ୍ନିଶ୍ରମ ବିଭାଗ ଦ୍ୱାରା ଏହି ଅକ୍ସିଜେନ୍ ଲିକ୍ କୁ ରୋକିବା ପାଇଁ ପ୍ରୟାସ ଜାରି ରହିଛି ।