ସ୍ଥିତି ନିୟନ୍ତ୍ରଣକୁ ଆସିଗଲାଣି By swadhikarnews Last updated Oct 7, 2020 ଭୁବନେଶ୍ୱର() ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ନିଆଁ ଲାଗିବା ଘଟଣା ନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପେଟ୍ରୋଲ ପମ୍ପରେ ମୋଟ ୩ଟି ଟାଙ୍କି ରହିଛି । ପେଟ୍ରୋଲ ଟାଙ୍କି, ଡିଜେଲ ଟାଙ୍କି ଓ ସିଏନଜି ଟାଙ୍କି ରହିଛି । ସିଏନଜି ଟାଙ୍କିରେ ନିଆଁ ଲାଗିଛି । ପେଟ୍ରୋଲ ଓ ଡିଜେଲ ଅକ୍ଷତ ଅଛି । ସ୍ଥିତି ନିୟନ୍ତ୍ରଣକୁ ଆସିଗଲାଣି । କିଛି ସମୟରେ ପୂରା ନିୟନ୍ତ୍ରଣ ହେବ । କିଛି ଲୋକ ଆହତ ହୋଇଛନ୍ତି । ହେଲେ କେତେ ଆହତ ହୋଇଛନ୍ତି ସେନେଇ ନିର୍ଦ୍ଧିଷ୍ଟ କହି ହେବନି । ଆହତମାନଙ୍କୁ ହସ୍ପିଟାଲ ପଠାଯାଉଛି । ପର୍ଯ୍ୟପ୍ତ ଆମ୍ବୁଲାନ୍ସ ଅଛି । ବିସ୍ଫୋରଣ ଘଟିଥିବା ସିଏନଜି ପାଖରେ ପେଟ୍ରୋଲ ଟାଙ୍କି ରହିଛି । ସେଥିରେ ଯେମିତି ନିଆଁ ନଲାଗିବ, ଆମେ ଉଦ୍ୟମ ଚଳାଇଛୁ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ଅନ୍ୟପକ୍ଷରେ ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ଆହତଙ୍କ ସଂଖ୍ୟା ନେଇ କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ଏଯାବତ ୮ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିବା ସେ କହିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅଛନ୍ତି । ଗୁରୁତରମାନଙ୍କୁ ଏସିବି ପଠାଯାଇଥିବା କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଧଶକ କହିଛନ୍ତି । Cp Share