Odia News Portal

ରେଳ ବଜେଟ ନୈରାଶ୍ୟଜନକ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର() ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟି ଅନୁଦାନ ମିଳିଛି । ରେଳ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ମନ୍ତ୍ରୀ କହିଛନ୍ତି, ରେଳ ବଜେଟ ନୈରାଶ୍ୟଜନକ । ରେଳ ବଜେଟରେ ଅନୁଦାନ କମିଛି । ଯେତିକି ମିଳିବା କଥା ସେତିକି ମିଳିନି ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବ ବର୍ଷ ଠାରୁ ଚଳିତ ବର୍ଷର ବଜେଟ କମିଛି । ୨୦୨୦-୨୧ ଆର୍ଥିକ ବର୍ଷର ରେଳ ବଜେଟରେ ଆବଣ୍ଟିତ ଅର୍ଥ ରାଶି ପାଖାପାଖି ୧୬୨୦ କୋଟି ଟଙ୍କା ହ୍ରାସ ପାଇଛି ।

ମନ୍ତ୍ରୀ ଆହୁରି କହିଛନ୍ତି, ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା ହେବ । ବିଜେଟ୍ ସମ୍ମନ୍ଧରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବେ ।