Odia News Portal

ଅମ୍ରିତଙ୍କ ଲାଗି ଛୁଟୁଛି ସହଯୋଗର ସୁଅ

ଭୁବନେଶ୍ୱର: ବ୍ରହ୍ମପୁରର ୨୪ ବର୍ଷୀୟ ଯୁବକ ଅମ୍ରିତ ପ୍ରଧାନଙ୍କ ଲାଗିଛି ଛୁଟିଛି ସହଯୋଗର ସୁଅ । ଏଯାବତ ତାଙ୍କ ଚିକିତ୍ସା ଲାଗି ୯୧ ଲକ୍ଷ ଟଙ୍କାର ସହାୟତା ରାଶି ପହଞ୍ଚିଥିବା ସୂଚନା ମିଳିଛି । ବିଭନ୍ନ ମହଲରୁ ତାଙ୍କୁ ସହଯୋଗ ଆସୁଛି । ଏଯାବତ ୧ହଜାର ୫୮୦ ଜଣ ଅଜଣା ବ୍ୟକ୍ତି ତାଙ୍କୁ ସହଯୋଗର ହାତ ବଢ଼ାଉଛନ୍ତି । ବ୍ରହ୍ମପୁର ବିଜେପି ପକ୍ଷରୁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଥିଲା ।

ଅମ୍ରିତଙ୍କ ଚିକିତ୍ସା ଲାଗି ଦେଢ଼ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣା ପଡିଛି । ସେପଟେ ଆଜି ଓଡ଼ିଶା ସଙ୍ଗୀତ ଜଗତରୁ ମଧ୍ୟ ତାଙ୍କ ଲାଗି ସହଯୋଗ ଆସିଛି । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଓ କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ ସହଯୋଗ କରିଥିବା ସୂଚନା ମିଳିଛି । ଚେନ୍ନାଇରେ ଏବେ ଚିକତ୍ସିତ ହେଉଛନ୍ତି ଅମ୍ରିତ । ତାଙ୍କର ଆଶୁ ଆରୋଗ୍ୟ ଲାଗି ସମସ୍ତେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।