Odia News Portal

ପାସ ନଥିବା ଲୋକଙ୍କୁ ପେଟ୍ରୋଲ ମିଳିବନି

ଭୁବନେଶ୍ବର() ପୋଲିସର ବିନା ଅନୁମତିରେ ସହରରେ ଗଡିବନି ଦୁଇ ଚକିଆ ଗାଡି । ବାଇକ ଚଳାଚଳ ଉପରେ ଆଜି ଠାରୁ କଡା କଟକଣା ଲାଗୁ ହୋଇଛି । ଆଜି ଅମାନିଆ ଚାଳକଙ୍କ ଶହେଟି ବାଇକକୁ ଉଠାଇ ନେଇଛି ପୁଲିସ । ଅନ୍ୟପଟେ ପୁଲିସର ପାସ ନଥିବା ଲୋକଙ୍କୁ ପେଟ୍ରୋଲ ନଦେବା ପାଇଁ ସହରର ସବୁ ପେଟ୍ରୋଲ ପମ୍ପକୁ କଡା ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦୋକାନୀ ସାମାଜିକ ଦୂରତା ନମାନିଲେ ଦୋକାନକୁ ସିଲ କରାଯିବ ବୋଲି ଘୋଷଣା କରିଛି ପ୍ରଶାସନ ।