Odia News Portal

ନୟାଗଡ଼ରେ ୧୦୦ ଛୁଇଁଲା ପେଟ୍ରୋଲ ଦର

ନୟାଗଡ଼: ରାଜ୍ୟରେ ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଦେଶର ଅନେକ ରାଜ୍ୟରେ ୧୧୦ ପାର କଲାଣି ପେଟ୍ରୋଲ ଦର । ତେବେ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଦର ୧୦୦ ଉପରେ ଅତିକ୍ରମ କରିସାରିଲାଣି । ଆଜି ନୟାଗଡ଼ରେ ୧୦୦ ଛୁଇଁଛି ପେଟ୍ରୋଲ ଦର । ସେପଟେ ଡିଜେଲ ଦର ୯୭ ଟଙ୍କା ୫୮ ପଇସା ରହିଛି । ବାଲେଶ୍ୱର ଜିଲ୍ଲାରେ ମଧ୍ୟ ୧୦୦ ଉପରେ ରହିଛି ପେଟ୍ରୋଲ ଦର । ରାଜଧାନୀ ଭୁବନେଶ୍ୱରରେ ଆଜି ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଲିଟର ପିଛା ଦର ୩୧ ପଇସା ବୃଦ୍ଧି ହୋଇଛି। ବର୍ଦ୍ଧିତ ଦର ଅନୁସାରେ ରାଜଧାନୀରେ ପେଟ୍ରୋଲ ଲିଟର ୯୯.୬୫ ଟଙ୍କା ଏବଂ ଡିଜେଲ ଲିଟର ୯୭.୨୫ ଟଙ୍କାରେ ପହଞ୍ଚିଛି। ବାଲେଶ୍ବରରେ ପେଟ୍ରୋଲ ଲିଟର ଦର ୧୦୦.୦୧ ଟଙ୍କା ଏବଂ ଡିଜେଲ ଦର ୯୭.୬୧ ଟଙ୍କା ଏବଂ କଟକରେ ପେଟ୍ରୋଲ ଲିଟର ୯୯.୯୨ ଟଙ୍କା ଏବଂ ଡିଜେଲ ଲିଟର ୯୭.୫୦ ଟଙ୍କା ହୋଇଛି।