Odia News Portal

ନେତା ହବତ ଏମିତି … ଆଜିବି ଲୁଲୁ ମାହାଙ୍ଗାରେ ଲୋକପ୍ରିୟ

ଭୁବନେଶ୍ୱର () ମାହାଙ୍ଗା ବିଧାୟକ ତଥା ଆଇନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା । ଏବେ ପୁଣି ସେ ବିଜୁ କୃଷକ ଜନତା ଦଳର ମହାସଚିବ । ସରକାରୀ କାମର ନୈତିକ ଦାୟିତ୍ୱ ସହ ଦଳୀୟ କାର୍ଯ୍ୟ । ଏଭିତରେ ଫୁରସତ ମିଳିବା କଷ୍ଟ । ସବୁବେଳେ ପ୍ରଶାସନ ଓ ଶାସନ ଡୋରୀରେ ବନ୍ଧା । ତଥାପି ନିଜ ସମର୍ଥକ ଓ ଶୁଭେଛୁଙ୍କୁ ଭୁଲି ନାହାନ୍ତି ।

ନିଜ ନିର୍ବାଚନମଣ୍ଡଳୀର ସମର୍ଥକ ଓ ଶୁଭେଛୁଙ୍କ ଜନ୍ମଠୁ ମୃତ୍ୟୁ ଯାଏଁ ସବୁ ଭଲମନ୍ଦ କାମରେ ନିଶ୍ଚିତ ପହଞ୍ଚନ୍ତି । ନିକଟରେ ଏମିତି ଏକ ଘଟଣାରେ ପ୍ରତାପ ଓରଫ ଲୁଲୁ ଭାଇ ସୃଷ୍ଟି କରିଛନ୍ତି ଉଦାହାରଣ । ନିଜର ଜଣେ ସମର୍ଥକଙ୍କ ଶବଦାହରେ ସାମିଲ ହେଲେ ।

ସେ କେବଳ ତାଙ୍କ ସମର୍ଥକଙ୍କ ଶବଦାହରେ ସାମିଲ ହେଲେନି, ବରଂ କୁଟୁମ୍ବ ଭଳି କୋକେଇକୁ କାନ୍ଧ ଦେଲେ । ସେ ସମୟରେ ତାଙ୍କଠି ନାଥିଲା ମନ୍ତ୍ରୀ ହୋଇଥିବାର ଆତ୍ମବଡିମା ନା ଜଣେ ଆଗଧାଡ଼ିର ନେତା ହୋଇଥିବାର ଗର୍ବ । ଜଣେ ଅଞ୍ଚଳବାସୀ, କୁଟୁମ୍ବର ଜଣେ ସଦସ୍ୟ ଓ ଜଣେ ସହୃଦୟ ବ୍ୟକ୍ତିର ପରିଚୟ ଦେଇଛନ୍ତି । ତାଙ୍କର ଏହି ଗୁଣ ପାଇଁ ସେ ଆଜିବି ନିଜ ନିର୍ବାଚନମଣ୍ଡଳୀରେ ସମସ୍ତଙ୍କ ହୃଦୟରେ ।