Odia News Portal

ଚଳିତବର୍ଷ ଛେରା ପହଁରା କରିବେ ଗଜପତି

ପୁରୀ: ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ରଥଯାତ୍ରାରେ ଛେରା ପହଁରା କରିବେ ଗଜପତି ମହାରାଜା । ଆଜି ଏନେଇ ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତବର୍ଷ ରଥଯାତ୍ରାର ଆଦ୍ୟପର୍ବ ଦେବସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରିନଥିଲେ ଗଜପତି । ରଥଯାତ୍ରା ରେ ଗଜପତି ଛେରାପହଁରା କରିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଆଜି ସ୍ପଷ୍ଠ କରିଛନ୍ତି ଗଜପତି ମହାରାଜ । ସେ ସୂଚନା ଦେଇଛନ୍ତି କି ରଥଯାତ୍ରାରେ ସେ ଛେରାପହଁରା କରିବେ ।

ଚଳିତ ବର୍ଷ କୋଭିଡ୍ କଟକଣା ଏବଂ ଧାରା ୧୪୪ ଲାଗୁ କରାଯାଇ ରଥଯାତ୍ରା ଆୟୋଜିତ ହେବ । ଗତବର୍ଷ ମଧ୍ୟ ଏପରି ହୋଇଥିଲା ଏବଂ କଟକଣାକୁ ଆଖି ଆଗରେ ରଖି ଗଜପତି ମହାରାଜ ଗତବର୍ଷ ଏଥିରେ ଯୋଗ ଦେଇନଥିଲେ । ତାଙ୍କ ବଦଳରେ ମୁଦିରସ୍ତ ରଥଉପରେ ନୀତି ମହାପ୍ରଭୁଙ୍କ ନୀତି ସମାପନ କରିଥିଲେ । ଚଳିତ ବର୍ଷ କିନ୍ତୁ ଗଜପତି ମହାରାଜ ଏଥିରେ ଯୋଗ ଦେବା ସହିତ ଛେରାପହଁରା କରିବେ ।