Odia News Portal

୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଆଜି ୧୧ଜିଲ୍ଲାକୁ   ବର୍ଷା, ବଜ୍ରପାତକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ । ଏହାସହ ୩୦ରୁ ୪୦କିମି ବେଗରେ ପବନ ମଧ୍ୟ ବହିବା ସମ୍ଭାବନା ରହିଛି ।୧୧ଜିଲ୍ଲାଗୁଡ଼ିକ ହେଉଛି ଗଜପତି, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ନବରଙ୍ଗପୁର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା । ଏହି ସବୁ ଜିଲ୍ଳାଗୁଡ଼ିକରେ ପ୍ରବଳ ବର୍ଷା ହେବା ସହ ପବନ ବହିବା ଆଶଙ୍କା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।