Odia News Portal

ପହଣ୍ଡି ନୀତି ଶେଷ

ପୁରୀ()  ଆଜି ରଥଯାତ୍ରା । ରତ୍ନ ଦେବୀ ଛାଡି ରଥରେ ଚଢି ଜନ୍ମବେଦୀ ଯିବେ ତିନି ଠାକୁର । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଦେଖାଯିବନି ଭକ୍ତଙ୍କ ଭିଡ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମ୍ ସଂଖ୍ଯକ ସେବାୟତଙ୍କୁ ନେଇ ଚାଲିଛି ସମସ୍ତ ନୀତିକାନ୍ତି । ଭୋର ୩ଟାରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ନୀତି ହୋଇଥିବାବେଳେ ସକାଳ ୭ଟାରୁ ପହଣ୍ଡି ଆରମ୍ଭ ହୋଇଥିଲା। ତେବେ ୧୦ ଟାରେ ପହଣ୍ଡି ନୀତି ଶେଷ ହୋଇଛି । ସେପଟେ ଗୁଣ୍ଡିଚା ଘରକୁ ଯାତ୍ରା ଲାଗି ପ୍ରସ୍ତୁତ ତିନି ଠାକୁର । ୧୧ଟା ମଧ୍ୟରେ ଚିତା ଲାଗି ନୀତି ହେବ। ୧୧ଟାରୁ ସାଢେ ୧୧ଟା ମଧ୍ୟରେ ବେଶ ଲାଗି ହେବ।