Odia News Portal

ଜାଣନ୍ତୁ ଧର୍ମୀୟ ଭାବନାକୁ ନେଇ ବାବା କଣ କହୁଥିଲେ

ଭୁବନେଶ୍ୱର: ଶିରିଡ଼ି ସାଇବାବା ହିନ୍ଦୁ, ମୁସଲମାନ,ପାସି ସମସ୍ତଙ୍କୁ ସମାନ ଚକ୍ଷୁରେ ଦେଖୁଥିଲେ । ତାଙ୍କ ମନ୍ଦିର ଓ ସମାଧି ଦର୍ଶନ ନିମନ୍ତେ ସବୁ ଧର୍ମ, ସବୁ ସଂପ୍ରଦାୟର ଲୋକଙ୍କ ସୁଅ ଛୁଟୁଥିଲା । ସମାଜରେ ସବୁ ବର୍ଗର ଲୋକଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ସେ ବିଶ୍ୱାସ କରୁଥିଲେ । ବିଭିନ୍ନ ଧର୍ମ, ଗୋଷ୍ଠୀ ଓ ସଂପ୍ରଦାୟର ମଧ୍ୟରେ ବିଦ୍ୱେଷ ଭାବ ବଢ଼ିଚାଲିଛି । ଇଶ୍ୱରଙ୍କ ସମକ୍ଷରେ ସମସ୍ତ ସାଇଭକ୍ତ ସମାନ । ବାବାଙ୍କ ଜୀବଦ୍ଦଶାରେ ଶିରିଡ଼ିରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ପାର୍ସି ସବୁ ଧର୍ମର ଲୋକ ଏକାଠି ବସି ଆଲୋଚନା କରୁଥିଲେ । ସେମାନଙ୍କ ମଧ୍ୟରେ ଭାତୃତ୍ୱର ଭାବ ଥିଲା । ବହୁ ସଂଖ୍ୟାରେ, ବହୁ ପ୍ରକାରର ଅର୍ପଣ କରାଯାଉଛି ଯେଉଁ ଇଶ୍ୱରଙ୍କୁ ସେ ଯେ ଏକ ଏବଂ ଅଭିନ୍ନ ।