Odia News Portal

ସପ୍ତଗିରି ଉଲାକାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: କୋରାପୁଟ ସାଂସଦ ତଥା କଂଗ୍ରେସ ନେତା ସପ୍ତଗିରି ଉଲାକଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଷ୍ଟ୍ରୀୟ ସମ୍ପାଦକ କରିବା ସହ ଛତିଶଗଡ଼ ଇନ୍‌ଚାର୍ଜ ଭାବେ ତାଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିବା ପରେ ଓଡ଼ିଶା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସିର ଲହରୀ ।
ସୂଚନା ଥାଉକି, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ଏକମାତ୍ର ସାସଦ ଭାବେ ବିଜୟ ହୋଇଥିଲେ ସପ୍ତଗିରି ଉଲାକା । ସେ କୋରାପୁଟ ସସଂଦୀୟ କ୍ଷେତ୍ରରୁ ବିଜୟୀ ହୋଇଥିଲେ । କୋରାପୁଟ ଭଳି ଆଦିବାସୀ ଇଲାକାରେ ସେ ବିକାଶ କରିଥିବା ମଧ୍ୟ ନଜିର ରହିଛି । ତେବେ ରାଜ୍ୟ ରାଜନୀତିରେ ମଧ୍ୟ ସେ ଜଣେ ଚର୍ଚ୍ଚିତ ଚେହେରା ।