Odia News Portal

ମନମୋହୁଛି ଶାଶ୍ୱତଙ୍କ ଦିଆସିଲି କାଠି ସାଇକେଲ

ଭୁବନେଶ୍ୱର: ଆଜି ବିଶ୍ୱ ସାଇକେଲ ଦିବସ । ସାଇକେଲ ପ୍ରେମୀଙ୍କ ଲାଗି ଦିନଟିଏ । ତେବେ ଏହି ଅବସରରେ ଦିଆସିଲି କାଠିରେ ଏକ ସାଇକେଲ ତିଆରି କରିଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ । ସେ ୩ ହଜାର ୬ ଶହ ୫୩ ଟି ଦିଆସିଲି କାଠିରେ ଏକ ସାଇକେଲର ସୁନ୍ଦର ପ୍ରତିକୃତି ବନାଇଛନ୍ତି। ଶାଶ୍ୱତଙ୍କୁ ୭ଦିନ ଲାଗିଥିଲା ଏହି ନିଆରା କଳାକୃତି ତିଆରି ପାଇଁ। ଦିଆସିଲି କାଠିରେ ତିଆରି ହୋଇଥିବା ସାଇକେଲର ପ୍ରତିକୃତିର ଉଚ୍ଚତା ୫୦ ଇଞ୍ଚ ଏବଂ ଲମ୍ବ ୨୫ ଇଞ୍ଚ ରହିଛି। ପୁରୀ ସହର କୁମ୍ଭାରପଡା ଅଂଚଳର ବାସିନ୍ଦା ହେଉଛି ୧୮ ବର୍ଷୀୟ ଶ୍ୱାସତ ରଂଜନ ସାହୁ। ବିଶ୍ୱ ସାଇକେଲ ଦିବସ ଅବସରରେ ତାଙ୍କର ନିଆରା କଳାକୃତି ବେଶ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ ଯେ ସ୍କୁଲ୍ରେ ପଢ଼ୁଥିଲା ବେଳେ ଶାଶ୍ବତ ଏହି ‘ପେନି ଫାର୍ଦିଂ ବାଇସାଇକେଲ୍’ ଦେଖିଥିଲେ। ଏହାର ରୂପରେଖ ସେତେବେଳେ ହିଁ ତାଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏଭଳି ଏକ ବାଇସାଇକେଲ୍ ଦିନେ କିଣିବେ ବୋଲି ସେ ଆଶା ରଖିଥିଲେ। ତେବେ ବଜାରରେ ଏବେ ଏହା ଆଉ ମିଳୁ ନଥିବାରୁ ବିଶ୍ବ ସାଇକେଲ୍ ଦିବସ ଅବସରରେ ଦିଆସିଲି କାଠିରେ ଏଲଳି ଏକ ସାଇକେଲ୍ ତିଆରି କରିବାକୁ ମନ ବଳାଇଥିଲେ। ଏହାକୁ ନିର୍ମାଣ କରି ଏବେ ସେ ବେଶ୍ ଖୁସି ଅଛନ୍ତି।