Odia News Portal

ଏସସିବିରୁ କରୋନା ସନ୍ଦିଗ୍ଧ ନିଖୋଜ

କଟକ () କଟକ ଏସ୍‌ସିବି ମେଡିକାଲ୍‌ରୁ ଚମ୍ପଟ୍‌ ମାରିଲେ କରୋନା ସନ୍ଦିଗ୍ଧ ! ଗତକାଲି ରାତିରୁ ଉକ୍ତ ବ୍ୟକ୍ତି ଜଣକ କେଉଁଆଡ଼େ ଚମ୍ପଟ ମାରିଥିବା ନେଇ ବୋଲି ସୂଚନା ମିଳିଛି। ଏନେଇ ମଙ୍ଗଳାବାଗ ଥାନାରେ ମେଡିକାଲ୍‌ କର୍ତ୍ତୃପକ୍ଷ ମୌଖିକ ଅଭିଯୋଗ କରିଛନ୍ତି। ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ ଆୟରଲାଣ୍ଡର ନାଗରିକ ହୋଇଥିବା ସୂଚନା ମିଳିଲା। ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ ଏସ୍‌ସିବି ଅଣାଯାଇଥିଲା। ବ୍ୟକ୍ତି ଜଣଙ୍କ ଶରୀରରେ ଜ୍ବର ଥିବାରୁ ତାଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ତାଙ୍କୁ ଏସ୍‌ସିବିର ସ୍ୱତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା।