Odia News Portal

ଏସସିବି ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

କଟକ() କଟକ ଏସସିବି ମେଡିକାଲ କଲେଜ ହେବ ବିଶ୍ୱସ୍ତରୀୟ । ଗତ ଜାନୁଆରୀ 23 ତାରିଖରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ କାମ ଆରମ୍ଭ ହୋଇଛି । ଆଜି ଭୋରରୁ 5ଟି ସଚିବ ଏହି କାର୍ଯ୍ୟର ସ୍ଥିତି ପରଖିବାକୁ କଟକରେ ପହଞ୍ଚିଛନ୍ତି । ସାଙ୍ଗରେ ପୂର୍ତ୍ତ ଓ ଶକ୍ତି ସଚିବଙ୍କ ସହ କେନ୍ଦ୍ରାଞ୍ଚଳ ଆରଡିସି ଓ କଟକ ଜିଲ୍ଲାପାଳ ।

ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ତାଳଦଣ୍ଡା କେନାଲର ଦୁଇ ପାର୍ଶ୍ଵ କେନାଲ ବନ୍ଧର ସଂପ୍ରସାରଣ ଆବଶ୍ୟକ । କେନାଲ ବନ୍ଧର ଉଭୟ ପାର୍ଶ୍ଵ ଜୋବ୍ରା ବ୍ୟାରେଜ ନିକଟରେ ରିଙ୍ଗ ରୋଡକୁ ସଂଯୋଗ କରିବ । ଏହାଦ୍ୱାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ରୋଗୀ ଓ ଆମ୍ବୁଲାନ୍ସ ସୁବିଧାରେ ଆସିପାରିବେ । ତେଣୁ କେନାଲର ଉଭୟ ରାସ୍ତାକୁ ତିନି ଥାକିଆ ରାସ୍ତାରେ ପରିଣତ କରାଯିବ । ଏହି ଯୋଜନାରେ ଯୋବ୍ରାରୁ ହିନ୍ଦ ସିନେମା ଚକ ପର୍ଯ୍ୟନ୍ତ କେନାଲର ଦକ୍ଷିଣ ପାର୍ଶ୍ଵ ଓ ଯୋବ୍ରାରୁ କଟକ ସ୍ୱିଟ ଷ୍ଟଲ ପର୍ଯ୍ୟନ୍ତ କେନାଲର ବାମ ପାର୍ଶ୍ଵ ରାସ୍ତାକୁ ତିନି ଥାକିଆ କରାଯିବ । କେନାଲର ଉଭୟ ପଟେ ପ୍ରାୟ ଦେଢ଼ କିଲୋମିଟର ରାସ୍ତାର ସଂପ୍ରସାରଣ କରାଯିବ । ଉଭୟ ପଟ ରାସ୍ତାରେ ଫୁଟପାଥ ସହ ପାଞ୍ଚଟି ପାର୍କିଂ ଅଂଚଳର ବିକାଶ କରାଯିବ। ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାପକ ବୃକ୍ଷ ରୋପଣ ସହ ଲାଇଟ ବ୍ୟବସ୍ଥା କରାଯିବ।

ଏଥିସହ ଛତ୍ର ବଜାର ଅଂଚଳର ଭବିଷ୍ୟତ ସଂପ୍ରସାରଣ କାର୍ଯ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିଲା।