Odia News Portal

ଆଳୁ ଖୋଳୁ ଖୋଳୁ ବାହାରିଥିଲେ ଭୋଲେନାଥ, ଶିବରାତ୍ରୀରେ ଜାଣନ୍ତୁ ମହାଦେବଙ୍କ ଏକ ଲୀଳା

ଆଜି ମହାଶିବରାତ୍ରି, ଏହି ଦିନ ସମସ୍ୟାର ସମାଧାନ ପାଇଁ ଏବଂ ନିଜ ମନସ୍କାମନା ପୂରଣ ପାଇଁ ମହାଦେବଙ୍କ ପାଖରେ ମାନସିକ କରନ୍ତି ଭକ୍ତଗଣ ।

ଆମ ଓଡିଶା ରେ ଅନେକ ଶିବ ମନ୍ଦିର ଅଛି ଏବଂ ଏହି ସବୁ ମନ୍ଦିର ପଛରେ ଲୁଚି ରହିଛି କିଛି ରହସ୍ୟ । କେନ୍ଦୁଝର ଆନନ୍ଦପୁରରେ ମଧ୍ୟ ପ୍ରଭୁ ଉତ୍ତରେଶ୍ୱରଙ୍କ ମନ୍ଦିର ରହିଛି ଯାହା ପଛରେ ଏକ ରହସ୍ୟମୟ କାହାଣୀ ଅଛି । ଶ୍ରୀ ଶ୍ରୀ ଉତ୍ତରେଶ୍ୱର ମହାଦେବଙ୍କ ମନ୍ଦିର ଆନନ୍ଦପୁର ପୌରାଞ୍ଚଳର ୭ ନଂ ୱାର୍ଡରେ ରହିଛି । ପୂର୍ବେ ଏହି ଅଂଚଳ ଏକ ଘଂଚ ଜଙ୍ଗଲ ରେ ପରିପୂର୍ଣ ଥିଲା । ଲୋକେ ଏହି ଜଙ୍ଗଲରେ ଫଳ ଓ ଅନ୍ୟାନ୍ୟ ଦ୍ରବ୍ୟ ପାଇବାର ଆସ ରେ ଆସୁଥିଲେ ।

ଦିନେ ଜଣେ ଲୋକ ଏଠାକାର ମାଟିରେ ଆଳୁ ଖୋଳୁଥିଲେ , ଖୋଲିବା ସମୟରେ ତାଙ୍କର ସବଳ ଏକ ପଥର ରେ ବାଜିଥିଲା । ସେ ଦେଖିଲା ପଥରରୁ ରକ୍ତ ବହିବାରେ ଲାଗିଛି । ତାପରେ ସେ ଗାଁ କୁ ଯାଇ ସମସ୍ତ ଗାଁ ଲୋକଙ୍କୁ ଡାକିଥିଲେ । ମାଟି ଖୋଲିଲା ପରେ ସେଥିରୁ ମହାଦେବ ବାହାରିଥିଲେ । ସେଠାକାର ରାଜା ଏହି ଖବର ପାଇ ମନ୍ଦିର ନିର୍ମାଣ କରିଥିଲେ ।