Odia News Portal

ହେବନି ସଟ୍ ଡାଉନ୍

ପୁରୀ() ପୁରୀରେ ଚଳିତ ସପ୍ତାହ ସଟ୍ ଡାଉନ୍ ହେବନାହିଁ । ଯେହେତୁ ରଥଯାତ୍ରା ପାଇଁ ପୁରୀରେ କଟକଣା ଲାଗୁ ହୋଇଛି, ତେଣୁ ଏ ସପ୍ତାହରେ ସଟ୍ ଡାଉନ୍ ହେବନାହିଁ । ତେବେ ଆସନ୍ତା ସପ୍ତାହରୁ କଟକଣା ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ପୁରୀ ସହରରେ ରଥଯାତ୍ରା ଭଳି କୋଭିଡ୍ ନିୟମକୁ କଡାକଡି ପାଳନ କରାଯିବ । ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଛି । ଯେଉଁ ଦୋକାନୀମାନେ ନିୟମ ନମାନୁଥିବେ ସେମାନଙ୍କଠାରୁ ଫାଇନ୍ ଆଦାୟ କରାଯିବ ।

ସେହିପରି ମାସ୍କ ନପିନ୍ଧିଲେ ଏବଂ ସାମାଜିକ ଦୂରତା ନରଖିଲେ ଫାଇନ୍ ପଡିବ । ଅନ୍ୟପଟେ ୩୨ଟି ଏନଫୋର୍ସ ଟିମ୍ ଘର ଘର ବୁଲି ରୋଗୀ ଚିହ୍ନଟ ସହ ସଚେତନ କରିବେ ।