Odia News Portal

କାଲି ରାତି ସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ ()  ଆସନ୍ତା ୨୬ରେ ସୂର୍ୟ୍ୟପରାଗ ପାଇଁ ଶ୍ରୀମନ୍ଦିର ରାତିସାରା ୨୫ ତାରିଖ ଖୋଲା ରହିବ। ଏହି ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଡିସେମ୍ଵର ୨୬ ସକାଳ ୮ ଘଂଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ୟ୍ୟଙ୍କୁ ଗ୍ରହଣ ସ୍ପର୍ଶ କରିବା ତେଣୁ ଡିସେମ୍ବର ୨୫ ରାତି ୮ଟା ୨୦ମିନିଟରୁ ପାକତ୍ୟାଗ ସହ ଅନ୍ନଭୋଜନ ଓ ଦେବନୀତି ନିଷେଧ କରାଯାଇଛି। ତେଣୁ ଏହି ସମୟ ପରଠାରୁ ଗ୍ରହଣ ସ୍ପର୍ଶ ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ଦେବନୀତି ନିଷେଧ କରାଯାଇଛି। ଏହି ସମୟ ପରଠାରୁ ଶ୍ରୀମନ୍ଦିରରେ କୌଣସି ବି ନୀତି ସଂପାଦନ ହେବନି। ୨୫ ତାରିଖ ରାତି ୮ଟା ୨୦ ରୁ ୨୬ ତାରିଖ ୮ଟା ୨୦ ମିନିଟ୍ ୮ ସେକେଣ୍ଡ ଯାଏଁ ଶ୍ରୀମନ୍ଦିରରେ ପହୁଡ ସହ ଅନ୍ୟାନ୍ୟ ନୀତି ନିଷେଧ କରାଯାଇଛି।