Odia News Portal

ପୁଣି ଘୁଞ୍ଚିଲା ଶ୍ରୀମନ୍ଦିର ଶୁଣାଣି

ନୂଆଦିଲ୍ଲୀ() ପୁଣି ୪ସପ୍ତାହ ଘୁଞ୍ଚିଲା ଶ୍ରୀମନ୍ଦିର ଶୁଣାଣି ।ପରିଚାଳନା କମିଟି ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।

ଦୁଇ ସପ୍ତାହ ଭିତରେ ପୁଣି ରିପୋର୍ଟ ଦାଖଲ କରିବାକୁ ଆମିକସ୍ କ୍ୟୁରୀଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ।

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବାର ଥିଲା । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାରେ ଶୁଣାଣି କରିଥାନ୍ତେ ।