Odia News Portal

ଶ୍ରୀମନ୍ଦିର ପାଇଁ ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହେଲା ୭୫ % ଘରୋଇ ଜମି

ଭୁବନେଶ୍ୱର() ସ୍ୱେଚ୍ଛେକୃତ ଭାବରେ ସଂଗ୍ରହ ହେଲା ପ୍ରାୟ ୭୫ ପ୍ରତିଶତ ଘରୋଇ ଜମି । ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଜନ୍ମାଷ୍ଟମୀ ଦିନ ମୁଖ୍ରମନ୍ତ୍ରୀ ପୁରୀ ବାସୀଙ୍କୁ ଅନୁରୋଧ କରିଥିଲେ ଶ୍ରୀମନ୍ଦିରର ନିରାପତ୍ତା ସଂକ୍ରାନ୍ତରେ । ମହାପ୍ରଭୁ ଓ ତାଙ୍କ ଶ୍ରୀମନ୍ଦିର ଓଡିଆ ଜାତିର ସବୁକିଛି । ସେ ଆମର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ । ତାଙ୍କର ଶ୍ରୀଚରଣରେ ସମର୍ପିତ ହୋଇ କାର୍ଯ୍ୟ ଆରମ୍ଭ କଲେ ତାହା ମଙ୍ଗଳପ୍ରଦ ହୋଇଥାଏ ।

ସେ ଦିନ ଶ୍ରୀମନ୍ଦିର ନିରାପତ୍ତା ପାଇଁ ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ ରକ୍ଷା କରି ବହୁ ଲୋକ ସ୍ୱଇଚ୍ଛାରେ ଜାଗା ପ୍ରଦାନ କରିଥିବାରୁ ସେ ସେମାନଙ୍କ ନିକଯରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ମହାପ୍ରଭୁଙ୍କ ପାଇଁ ଆପଣମାନଙ୍କର ଏହି ତ୍ୟାଗକୁ ଓଡିଆ ଜାତି ସବୁଦିନ ଶ୍ରଦ୍ଧାର ସହ ମନେ ରଖିବ ବୋଲି ସେ କହିଛନ୍ତି ।

ଶ୍ରୀମନ୍ଦିର ନିରାପତ୍ତା ପାଇଁ ତାର ୭୫ ମିଟର ପରିସର ମଧ୍ୟରେ ଥିବା ସ୍ଥାବର ସମ୍ପତ୍ତିକୁ ପ୍ରଦାନ କରିବା ପାଇଁ ମୁକ୍ୟମନ୍ତ୍ରୀ ନିବେଦନ କରିଥିଲେ । ଜମି ଅଧିଗ୍ରହଣ ପ୍ରକି୍ରୟା ଆରମ୍ଭ ହୋଇଛି । ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରୀ-ଖର୍ଦ୍ଧି ପ୍ରକି୍ରୟାରେ ମୋଟାମୋଟି ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି । ସାରା ଦେଶରେ ଜମି ଅଧିଗ୍ରହଣ ପ୍ରକି୍ରୟାରେ ଏହା ଏକ ଅଭୂତପୂର୍ବ ସଫଳତା । ମହାପ୍ରଭୁଙ୍କ ପାଇଁ ଆପଣମାନେ ଆପଣମାନଙ୍କର ଭିଟାମାଟି,ବ୍ୟବସାୟ ପ୍ରତିÂାନ,ହୋଟେଲ, ଲଜିଂ ଆଦି ତ୍ୟାଗ କରିଛନ୍ତି । ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମହାପ୍ରଭୁଙ୍କ ଇଚ୍ଛା ଓ ତାଙ୍କ ପ୍ରେରଣାରେ ହିଁ ଏସବୁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।

ଶ୍ରୀଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ଗର୍ବ । କାଂଚି ଅଭିଯାନ ସମୟରେ ସେ ନିଜେ ଯୁଦ୍ଧରେ ସାମିଲ ହୋଇ ଓଡିଆ ଜାତିର ଗୌରବ ରକ୍ଷା କରିଥିଲେ । ମହାପ୍ରଭୁଙ୍କ ପାଇଁ ପୁରୀବାସୀଙ୍କ ଏହି ମହାନ ତ୍ୟାଗ ଜଗନ୍ନାଥ ସଂସ୍କୃତିକୁ ଆହୁରି ଗରୀଆନ କରିଛି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢି ତୋଳିବା ପାଇଁ ଆମେ ସଂକଳ୍ପକୁ ଆହୁରି ଦୃଢ କରିଛି । ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ଭଲ ପାଇବା, ଏହି ସମର୍ପଣ ଭାବ ଇତିହାସର ଏକ ଗୌରବୋଜ୍ଜଳ ଅଧ୍ୟାୟ ହୋଇରହିବ ।

ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଏହାର ସମସ୍ତ ବିଭାଗର କର୍ମଚାରୀ ଏବଂ ପୋଲିସ କର୍ମଚାରୀମାନେ ରବିବାର ସମେତ ସବୁ ଛୁଟି ଦିନ ମାନଙ୍କର ମଧ୍ୟ ସେମାନଙ୍କ କାମ ଜାରି ରଖିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ।